Advertisment

Viral Video: ସୂତା ଲଗାଇ ପୁଅର ଦାନ୍ତକୁ ଉପାଡି ଦେଲେ ବାପା; ପୁଅ କହିଲା ଏମିତି ଭାବପ୍ରବଣ କଥା

ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିବା ପରେ ଆପଣଙ୍କ ହୃଦୟ ତରଳି ଯିବ ଏବଂ ଆପଣ ନ ହସି ରହିପାରିବେ ନାହିଁ। ଏହି ଭାଇରାଲ୍ ଭିଡିଓରେ, ଜଣେ ବ୍ୟକ୍ତି ନିଜ ପୁଅର କ୍ଷୀର ଦାନ୍ତକୁ ଏକ ସୂତା ସାହାଯ୍ୟରେ ଉପାଡୁଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Father pulls son tooth using thread

Father pulls son tooth using thread

ପିଲାମାନେ ବହୁତ କୋମଳ ଏବଂ ସେମାନଙ୍କର କ୍ଷୀର ଦାନ୍ତ ଉଠିବା ପର୍ଯ୍ୟନ୍ତ କୋମଳ ହୋଇ ରୁହନ୍ତି। ପିଲାମାନଙ୍କର ହୃଦୟ ଅତ୍ୟନ୍ତ ନିରୀହ। ଯେତେବେଳେ ପିଲାମାନଙ୍କର କ୍ଷୀର ଦାନ୍ତ ଉଠେ ସେତେବେଳେ ସେମାନେ ମାଢିରେ କିଛି ଅଜବ ଅନୁଭବ କରନ୍ତି ଆଉ ଯେତେବେଳେ ଏହା ପଡିବାର ସମୟ ଆସେ କଷ୍ଟ ଲାଗେ ଏବଂ ପିଲା ଏହାକୁ ଜିଭରେ ହଲେଇ ହଟାଇବାକୁ ଚେଷ୍ଟା କରନ୍ତି।

Advertisment

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭାଇରାଲ୍ ହେଉଛି ଯାହାକୁ ଦେଖିବା ପରେ ଆପଣ ନ ହସି ମଧ୍ୟ ରହିପାରିବେ ନାହିଁ। ଏହି ଭାଇରାଲ୍ ଭିଡିଓରେ, ଜଣେ ବ୍ୟକ୍ତି ନିଜ ପୁଅର କ୍ଷୀର ଦାନ୍ତକୁ ଏକ ପୁରୁଣା ଟ୍ରିକ୍ସ ବା ଏକ ସୂତା ସାହାଯ୍ୟରେ ଉପାଡୁଥିବା ଦେଖାଯାଏ। ଯେତେବେଳେ ପିଲାଟିର ବାପା ଏହା କରନ୍ତି ସେତେବେଳେ ପିଲାଟିର ପ୍ରତିକ୍ରିୟା ଦେଖିବାକୁ ଅତ୍ୟନ୍ତ କୌତୁହଳପୂର୍ଣ୍ଣ। ଭିଡିଓରେ ଆପଣ ଦେଖି ପାରିବେ ଯେ ପିଲା କାନ୍ଦି କାନ୍ଦି କିପରି ପ୍ରତିକ୍ରିୟା କରୁଛି। ଏହି ସମୟରେ ପିଲାଟି କାନ୍ଦୁଥିବା ବେଳେ ବାପା ଦାନ୍ତକୁ ଏକ ସୂତାରେ ବାନ୍ଧି ପିଲାଟିର ଧ୍ୟାନକୁ ଅନ୍ୟଆଡେ ନେଉଥିବା ଦେଖିବାକୁ ମିଳେ।

ବାପା ପିଲାଟିର ଦାନ୍ତକୁ ଏକ ସୂତାରେ ବାନ୍ଧି ଗଣିବା ଆରମ୍ଭ କରନ୍ତି ଆଉ ପିଲାଟିକୁ ଭୁଲାଇବା ପାଇଁ ବାପା କହୁଛନ୍ତି ଯେ - ଠିକ୍ ଅଛି ରବିବାର ଦିନ ଦାନ୍ତ ଉପାଡିବା। ଏହାରି ଭିତରେ ସେ ଗୋଟିଏ ଝଟ୍‌କାରେ ଦାନ୍ତକୁ ଉପାଡି ଦିଅନ୍ତି। ତା’ ପରେ ଦାନ୍ତ ବାହାରକୁ ପଳାଇଆସେ।

Advertisment

ଅଧିକ ପଢ଼ନ୍ତୁ: ବାହାରୁ ସିନା ଝୁମ୍ପୁଡି ଘର; ଭିତରେ ପୂରା ପଞ୍ଚତାରକା ହୋଟେଲ୍

ଏହି ସମୟରେ ପିଲାଟି କାନ୍ଦୁଚି ସତ, କିନ୍ତୁ ଉତ୍ସାହର ସହିତ କହୁଛି, “ମୁଁ ଜଣେ ଶକ୍ତିଶାଳୀ ପିଲା, ମୁଁ ଜଣେ ସୈନିକର ପୁଅ, ମତେ କୌଣସି ଯନ୍ତ୍ରଣା ଅନୁଭବ ହୁଏ ନାହିଁ।” ସୋସିଆଲ ମିଡିଆରେ ଲୋକମାନେ ଏହି ପିଲାଟିର ସାହସକୁ ପ୍ରଶଂସା କରୁଛନ୍ତି ଏବଂ ମଜ୍ଜା ନେଉଛନ୍ତି।

ଖବର ଲେଖାହେବା ବେଳକୁ ଏହି ଭିଡିଓ ୬୦ ଲକ୍ଷରୁ ଅଧିକ ଭିୟୁ ପାଇଥିବା ବେଳେ ୩ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଥିଲା। ଜଣେ ବ୍ୟକ୍ତି ଏହି ଭିଡିଓରେ ଲେଖିଛନ୍ତି - ହଁ ଛୋଟେ, ତୁମେ ବହୁତ ଶକ୍ତିଶାଳୀ'। ଆଉ ଜଣେ ଲେଖିଛନ୍ତି - ଆପଣ ପିଲାମାନଙ୍କ ସହିତ ଏହି ଟ୍ରିକ୍ସ ବ୍ୟବହାର କରିବା ଉଚିତ ନୁହେଁ।

ଅନ୍ୟ ଜଣେ ଲେଖିଛନ୍ତି - ହଁ ଭାଇ, ଏହା ପ୍ରମାଣିତ ହୋଇଗଲା ଯେ ତୁମେ ବହୁତ ଶକ୍ତିଶାଳୀ। ଆଉ ଜଣେ ଲେଖିଛନ୍ତି - ବହୁତ ଦୁଃଖର ସହିତ ହସିବାକୁ ପଡୁଛି। ଲୋକମାନେ ଏହି ଭିଡିଓରେ ଏପରି ମଜାଳିଆ ପ୍ରତିକ୍ରିୟା ପୋଷ୍ଟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି

Viral Video
Advertisment
Advertisment