Advertisment

ସମ୍ବଲପୁରରେ ଫୁଟିଲା ବୋମା, ୨ ଆହତ

ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି।

author-image
Santosh Kumar Sahoo
Bomb Blast

Bomb Blast

ହୋଲିରେ ଅଶାନ୍ତ ହେଲା ସମ୍ବଲପୁର। ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକରେ ଫୁଟିଲା ବୋମା। ଯଦିଓ ଏହି ବୋମାମାଡ଼ରେ କେହିଁ ମୃତ୍ୟୁବରଣ କରିନାହାନ୍ତି କିନ୍ତୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ସୂଚନା ଆଜି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି। କେହି ଦୁବୃର୍ତ୍ତ ବୁଲେଟ୍‌ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ବୋମାମାଡ଼ ଫଳରେ ୨ ଜଣ ଆହତ ହୋଇଥିବାବେଳେ ବୁଲେଟ୍‌ କ୍ଷତିଗ୍ରସ୍ତ ହୋଇଛି । କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି ତା’ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସମ୍ବଲପୁର SP ଓ ଉତ୍ତରାଞ୍ଚଳ DIG ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Bomb Blast
Advertisment
Advertisment