• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି । ଖବରପାଇ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, ଏସପି ମୁକେଶ ଭାମୁଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ପହଞ୍ଚିଥିଲେ ।

ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ସେଠାରେ ଲୋକଙ୍କ ଭିଡ ଲାଗିଥିଲା । ପୋଲିସ ଲୋକମାନଙ୍କୁ ବୁଝାବୁଝା କରି ପରିସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରିଛି । ପରେ ଜିଲ୍ଲାପାଳ ଓ ଉତ୍ତରାଞ୍ଚଳ RDC ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ଅଛନ୍ତି ।

ତା’ସହ CRPFକୁ ବି ମୁତୟନ କରାଯାଇଛି । ତେବେ ଏଭଳି ଅପ୍ରତ୍ୟାଶିତ କାଣ୍ଡ କିଏ ଓ କାହିଁକି କରିଛି ତାହା ସ୍ପଷ୍ଟ ହୋଇନି । ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି | ନିକଟରେ ଥିବା ଓଭରବ୍ରିଜ ଉପରୁ ଥାଇ ତଳକୁ କେହି ବୋମା ଫିଙ୍ଗିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଜନସାଧାରଣଙ୍କୁ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରି ପୋଲିସ ପ୍ରଶାସନକୁ ସହଯୋଗ କରିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମ୍ବଲପୁର ଜିଲ୍ଲାପାଳ ନିବେଦନ କରିଛନ୍ତି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି ।

କେହି ଦୁବୃର୍ତ୍ତ ବୁଲେଟ୍‌ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲା । ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ବୋମାମାଡ଼ ଫଳରେ ୨ ଜଣ ଆହତ ହୋଇଥିବା ବେଳେ ବୁଲେଟ୍‌ କ୍ଷତିଗ୍ରସ୍ତ ହୋଇଛି । କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି ତା’ର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସମ୍ବଲପୁର SP ଓ ଉତ୍ତରାଞ୍ଚଳ DIG ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।