Advertisment

ନବୀନଙ୍କୁ ଚେକ୍‌ ଦେବାକୁ ପଶ୍ଚିମ ଓଡ଼ିଶା ଆସୁଛନ୍ତି ଶାହ !

ସୋନପୁରରେ ସାଧାରଣ ସଭା, ଭୁବନେଶ୍ବରରେ ନିର୍ବାଚନୀ ସମୀକ୍ଷା । କଣ୍ଟାବାଞ୍ଜିରୁ ନବୀନ ଲଢୁଥିବାରୁ ଚେକ୍ ଦେବାକୁ ଚର୍ଚ୍ଚା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Amit Shah

ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍ । ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରିବେ ବିଜେପିର ହାଇ ଭୋଲଟେଜ୍ କ୍ୟାଂପେନ । ୨୪ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ପ୍ରଥମ କେନ୍ଦ୍ରୀୟ ହେଭିୱେଟ୍ ନେତା ଭାବେ ଆସନ୍ତା ଗୁରୁବାର ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ। ସୋନପୁରରେ ବିଶାଳ ଜନ ଜନସଭାକୁ ସେ ସମ୍ବୋଧନ କରିବେ। ବିଜେପି ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିବେ। ସଭା ସାରି ସିଧା ଭୁବନେଶ୍ୱର ଆସି ରାତ୍ରୀ ରହଣୀ କରିବାର କାର୍ଯ୍ୟକ୍ରମ ରହିଛି। ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।

Advertisment

ନିକଟରେ ବିଜେପି ଏକାକୀ ଲଢିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶାହ ସ୍ପଷ୍ଟ ଭାବେ କହିଥିଲେ- ଓଡ଼ିଶାରେ ନବୀନ ସରକାରଙ୍କ ସହ ସାମ୍ନା ସାମ୍ନି ଲଢେଇ ହେବ। ଓଡିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ବିଜେପି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛି। ଏଭଳି ବୟାନ ଆସିବାର ଠିକ୍ ପରେ ପରେ ଓଡ଼ିଶା ଆସୁଥିବାରୁ, ସୋନପୁରରେ ରାଜ୍ୟ ସରକାର ବିରୋଧରେ ସ୍ୱର ଶାଣିତ କରିପାରନ୍ତି ଶାହା। ଯାହାକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି କ୍ୟାମ୍ପ।

ତେବେ ସୋନପୁରରୁ କାହିଁକି ଶାହ କରିବେ ପ୍ରଚାରର ଶୁଭାରମ୍ଭ ? ପ୍ରଥମେ କାହିଁକି ପଶ୍ଚିମ ଓଡ଼ିଶାକୁ ବାଛିଲା ବିଜେପି? କୁହାଯାଉଛି ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ଲହର ରହିଛି। ୨୦୧୯ରେ ବି ଏଠାକାର ୫ରୁ ୫ ଲୋକସଭା ସିଟ୍ ହାତେଇ ଥିଲା ପଦ୍ମଦଳ। ଚର୍ଚ୍ଚା ହେଉଛି, ଗତଥର ଭଳି ଯେହେତୁ ଏଥର ବି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଛନ୍ତି ଓ ବଲାଙ୍ଗୀର ଲୋକସଭା ଅନ୍ତର୍ଗତ କଣ୍ଟାବାଞ୍ଜି ବିଧାନସଭା ଆସନକୁ ବାଛିଛନ୍ତି, ତେଣୁ ତାଙ୍କୁ ଚେକ୍ ଦେବାକୁ ଶାହଙ୍କ ସଭା ସୋନପୁରରେ ଆୟୋଜନ ହୋଇଛି।

Advertisment

ତାସହ ବଲାଙ୍ଗୀର ଲୋକସଭା ଅଧୀନରେ ଆସୁଥିବା ସୋନପୁର ପଶ୍ଚିମ ଓଡ଼ିଶାର ଏକ ଷ୍ଟ୍ରାଟେଜିକ୍ ପଏଣ୍ଟ। ଏହି ଲୋକସଭା କ୍ଷେତ୍ରରୁ ଏଥର ପୁଣି ପ୍ରାର୍ଥୀ ହୋଇଛନ୍ତି ସଙ୍ଗୀତା ସିଂଦେଓ। ତାଙ୍କୁ ଟକ୍କର ଦେବେ କଂଗ୍ରେସରୁ ବିଜେଡିକୁ ଆସି ଟିକେଟ୍ ପାଇଥିବା ସୁରେନ୍ଦ୍ର ସିଂ ଭୋଇ।

ସେମିତି ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ଧର୍ମେନ୍ଦ୍ର ଓ ପ୍ରଣବ ପ୍ରକାଶଙ୍କ ମଧ୍ୟରେ ହେଉଛି ହାଇଭୋଲଟେଜ୍ ଟକ୍କର। ତେଣୁ ପଶ୍ଚିମ ଓଡିଶାକୁ ଫୋକସ୍ କରି ବିଜେପିର ଏହି ରଣନୀତି ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଗତ ଫେବ୍ରୁଆରୀ ୩ରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସି ମୋଦି ଗ୍ୟାରେଣ୍ଟି ସମାବେଶ କରିଥିଲେ। ରାଜ୍ୟ ବିଜେପିକୁ ଅଧିକ ବଳ ଦେବାକୁ ସେଇ ପଶ୍ଚିମ ଓଡିଶାରୁ ପ୍ରଚାର ଆରମ୍ଭ କରିବେ ଶାହ। ଯାହାକୁ ନେଇ ସ୍ଥାନୀୟ ବିଜେପି କର୍ମୀ ଅଧିକ ଉତ୍ସାହିତ ହୋଇଥିବାବେଳେ ବିଜେଡି କହିଛି ନବୀନଙ୍କ କ୍ରେଜ୍ ଆଗରେ କିଛି ଫରକ ପଡ଼ିବନି।

ଶାହଙ୍କ ପରେ ପରେ ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ଭଳି ବିଜେପିର ଷ୍ଟାର ପ୍ରଚାରକମାନେ ପ୍ରଚାର ମଇଦାନକୁ ଓହ୍ଲାଇବେ।

ସେପଟେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦଳର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ବାତାବରଣ ବିଜେପି ସପକ୍ଷରେ ରହିଛି। ଆଗକୁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସିବା ପରେ ଏହା ଆହୁରି ତେଜିବ ଏବଂ ଜୋରଦାର ପ୍ରଚାର ହେବ। ଏଥର କେନ୍ଦ୍ରରେ ଏନଡିଏ ୪ଶହ ସିଟ୍ ପାର କରିବା ସହ ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବ ବୋଲି ପାଟକୁରାରେ ଆୟୋଜିତ ପଂଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କହିଛନ୍ତି ବୈଜୟନ୍ତ।

BJD BJP Congress Odisha Politics General Election 2024
Advertisment
Advertisment