Advertisment

ବିଜେପିର ଚାର୍ଜସିଟ କାର୍ଯ୍ୟକ୍ରମ; ‘ମହାନଦୀ ଆଖିରେ ଲୁହ’ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା

ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି। ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି।

author-image
Sonali Ojha
ଅଦ୍ୟତନ ହୋଇଛି
Mahanadi River

Mahanadi River

ସମ୍ବଲପୁରରେ ମହାନଦୀକୁ ନେଇ ପୁଣି ଚଳଚଞ୍ଚଳ ରାଜନୀତି। ବିଜେପି ଓ ବିଜେଡି ମୁହାଁମୁହିଁ । ମହାନଦୀ ଆଖିରେ ଲୁହ ଶୀର୍ଷକରେ ବିଜେପି ଏକ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡିକୁ ସମାଲୋଚନା କରିଛି । ମହାନଦୀ ପଠାରେ ଚାର୍ଜସିଟ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି ।

Advertisment

ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି। ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି। ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିଥିବା ବିବାଦ ବି ସମାଧାନ ହୋଇନାହିଁ । ଗତ ୨୫ବର୍ଷ ମଧ୍ୟରେ ଶାସକ ଦଳ କିଛି କରି ନାହିଁ। ମହାନଦୀ ଏହାର ପ୍ରତିଫଳନ ବୋଲି ବିଜେପି କହିଛି ।

ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ପାଲଟା ଜବାବ ଦେଇଥିଲା ବିଜେଡି । ମହାନଦୀ ଏବଂ ଓଡିଶା ବିରୋଧରେ ଅତୀତରେ ବିଜେପି କାମ କରିଥିଲା ବୋଲି କହିଛି। ଟ୍ରିବୁନାଲ ଗଠନକୁ ମଧ୍ୟ ବିଜେପି ବିରୋଧ କରିଥିଲା ବୋଲି ଅଭିଯୋଗ କରିଛି ବିଜେଡି ।

Advertisment

ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ୍ ଆଣିଥିଲା। କେତେଦିନ ସହିବା, ପରିବର୍ତ୍ତନ ଆଣିବା ନାଁରେ ଚାର୍ଜସିଟକୁ ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ୨୫ ବର୍ଷ ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ଚାର୍ଜସିଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ଆସିଛି । ଚିଟ୍‌ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଚାର୍ଜସିଟରେ ଉଲ୍ଲେଖ ରହିଛି ।ବିଜେପି କହିଛି, ରାଜ୍ୟ ସରକାର ସବୁ ଯୋଜନାରେ ଫେଲ୍। କାଳିଆ ଯୋଜନା ଓଡ଼ିଶାରେ ବିଫଳ ହୋଇଛି। ଶୀତଳ ଭଣ୍ଡାର ରାଜ୍ୟରେ କାମ କରୁନି।

BJD BJP General Elections 2024 Chargesheet
Advertisment
Advertisment