Advertisment

ବିଜେପିର ଫୋକସ ଓଡ଼ିଶା, ୨୨ରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ଜେ.ପି.ନଡ୍ଡା

ଆସନ୍ତା ୨୩ରେ କଳାହାଣ୍ଡିରେ ବିଶାଳ ସମାବେଶ । ଓଡ଼ିଶା ଆସୁଥିବା ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ।

author-image
Prangyan Parimita
undefined

J. P. Nadda

ବିଜେପି ଫୋକସରେ ଓଡ଼ିଶା। ୨୪ ନିର୍ବାଚନରେ ଏଠାରୁ ଅଧିକ ଲୋକସଭା ସିଟ୍ ଜିତିବା ସହ ରାଜ୍ୟରେ ନିଜ ସରକାର ଗଠନ ମିଶନରେ ରହିଛି ପଦ୍ମଦଳ। ଖାସ୍ ସେଥିପାଇଁ ଆସନ୍ତା ୨୨ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ନଡ୍ଡାଙ୍କ ଗସ୍ତ ସେତିକିବେଳେ ହେଉଛି, ଯେତିକି ବେଳେ ରାଜ୍ୟ ବିଜେପିର ତମାମ୍ ନେତା 5Tସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି। ସେପଟେ ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପି ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଆଶା ରଖିଛନ୍ତି ଦଳର ରାଜ୍ୟ ସଭାପତ ମନମୋହନ ସାମଲ।...

Advertisment

ଗତ ବର୍ଷ ସେପ୍ଟମ୍ବରରେ ଓଡ଼ିଶା ଗସ୍ତ ସମୟରେ ଡୁପ୍ଲିକେଟ୍ ସରକାର କହି ରାଜ୍ୟ ସରକାରଙ୍କୁ ନିଶାନା କଲେ।.. ସେହିବର୍ଷ ଡିସେମ୍ବରରେ 'ରାଜ୍ୟରେ ସରକାର ଚଳାଉଛି କିଏ'ବୋଲି ପ୍ରଶ୍ନ କରିଥିଲେ । ଆସନ୍ତା ୨୨ରୁ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସୁଥିବାରୁ କଣ ହେବ ତାଙ୍କ ଆଭିମୁଖ୍ୟ? ତାକୁ ନେଇ ଲାଗି ରହିଛି ଚର୍ଚ୍ଚା।

ଗୋଟିଏ ପଟେ ରାଜ୍ୟ ବିଜେପିର ତମାମ୍ ନେତା ଫାଇଭ ଟି ସଚିବ ଓ ତାଙ୍କର ଜିଲ୍ଲା ଗସ୍ତକୁ ନେଇ ଘନଘନ ଆକ୍ରମଣ କରୁଛନ୍ତି। ଆଉ ଠିକ୍ ସେହି ସମୟରେ ନଡ୍ଡାଙ୍କ ଗସ୍ତ ଥିବାରୁ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କ ସ୍ୱର ଅଧିକ ଶାଣିତ ହେବାର ସମ୍ଭାବନା ରହିଛି। ନଡ୍ଡା, ମୋଦି ସରକାରଙ୍କ ୯ବର୍ଷର ସଫଳତା ବାର୍ତ୍ତା ଲୋକଙ୍କ ପାଖରେ ରଖିବେ ନିଶ୍ଚିତ।

Advertisment

ଏହା ସହ ଓଡିଶା ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ନେଇ ବି ରଖିବେ ତଥ୍ୟ। ଏସବୁ ଭିତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜ୍ୟ ସରକାର ଦୁର୍ନୀତି, ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି। ଏକଥାକୁ ବି ଲୋକଙ୍କ ପାଖରେ ରଖାଯିବ। ମନମୋହନ ଆହୁରି ମଧ୍ୟ କହିଛନ୍ତି ନଡ୍ଡାଙ୍କ ଗସ୍ତ ଟର୍ଣ୍ଣିଂ ପଏଣ୍ଟ ହେବ। ସେପଟେ ବିଜେଡି କହିଛି, ନଡ୍ଡା ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ।

ସେପଟେ ନଡ୍ଡାଙ୍କ ଦୁଇଦିନିଆ ଗସ୍ତକୁ ନେଇ ପୂରା ଚଳଚଂଚଳ ପଶ୍ଚିମ ଓଡ଼ିଶା। ୨୨ ତାରିଖ ଅପରାହ୍ନରେ ଝାରସୁଗୁଡ଼ାରେ ପହଚିଂବେ ନଡ୍ଡା। ଏହାପରେ ବରଗଡ଼ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।..

୨୩ରେ ନଡ୍ଡା ଭବାନୀପଟଣାରେ ଏକ ସାଧାରଣ ସଭା କରିବେ। ତାସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନଙ୍କ ସହ ମଧ୍ୟ ବୈଠକ କରିବେ। ଆଉ ନିର୍ବାଚନରେ ଜିତିବା ପାଇଁ ଦେବେ ଗୁରୁମନ୍ତ୍ର। କଳାହାଣ୍ଡି ସଭାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ରହିବେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ...

JP Nadda
Advertisment
Advertisment