/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684338422.jpg)
millet in Odisha’s
ଦିନ ଥିଲା ସେଠାରେ ଶୁଭୁଥିଲା ଖାଲି ମାଓବାଦୀଙ୍କ ବନ୍ଧୁକର ଗୁଳି । ଡରି ଡରି ବଞ୍ଚୁଥିଲେ ଲୋକେ । ହେଲେ ଏବେ ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି । ଆଉ ଏବେ କ୍ଷେତରେ ଲହଢି ଭାଙ୍ଗୁଛି ମାଣ୍ଡିଆ । ନୂଆପଡ଼ା ଜିଲ୍ଲା ସୁନାବେଡା ଜମିରେ ଖରାଦିନେ ବି ଖିଲିଖିଲି ହସୁଛି ମାଣ୍ଡିଆ । ଏ ଅଂଚଳର ମାଟି ହାଇଲ୍ୟାଣ୍ଡ ଓ ପଥୁରିଆ । ବର୍ଷା ଦିନେ ଚାଷୀ ପାରମ୍ପରିକ ପଦ୍ଧତିରେ କେବଳ ଧାନ ଚାଷ କରି ଜମିକୁ ପଡିଆ ଛାଡି ଦେଉଥିଲେ ।
ଓଡିଶା ମିଲେଟ୍ ମିଶନ ଓ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଓ କର୍ମଚାରୀ ଏ ଜମିରେ ଖରାଦିନିଆ ମାଣ୍ଡିଆ ଚାଷ ପାଇଁ କହିଲେ । ଲୋକେ କହିଲେ, ଯେଉଁଠି ବର୍ଷା ଦିନେ ଧାନ ହେଉନି, ସେଇଠି ପୁଣି ଖରା ଦିନେ ମାଣ୍ଡିଆ ଚାଷ ଅସମ୍ଭବ । କିନ୍ତୁ ଦୁଇ ବିଭାଗର ଉଦ୍ୟମ ଓ ଲୋକଙ୍କ ପରିଶ୍ରମରେ ଆଜି ଖରାଦିନରେ ମଧ୍ୟ ମାଣ୍ଡିଆ ଚାଷ ହୋଇ ପାରିଛି ।
ସୁନାବେଡା ଅଭୟାରଣ୍ୟରେ ବସବାସ କରୁଥିବା ଚକୋଟିଆ ଭୁଞ୍ଜିଆ ଓ ଗଣ୍ଡ ସଂପ୍ରଦାୟର ଲୋକେ ଆଗରୁ ପାରଂପାରିକ ଖାଦ୍ୟ ମାଣ୍ଡିଆ, କୋଦୋ, କାଙ୍ଗୁ ଆଦି ଚାଷ କରି ଆସୁଥିଲେ । ହେଲେ ଅନେକେ ଚାଷ କରିବା ଛାଡି ଦେଇ ଥିଲେ । ସେହି ପାରଂପାରିକ ଖାଦ୍ୟକୁ ପୁଣି ଚାଷ କରିବା ପାଇଁ ଉଦ୍ୟମ କରାଗଲା । ଚାଷୀ ଚାଷ ବି କଲେ । ପୁଣି ନିଜ ଗାଁରେ ମାଣ୍ଡିଆ ମଣ୍ଡିର ବ୍ୟବସ୍ଥା ତଥା ଶୀଘ୍ର ଟଙ୍କା ପାଇବାର ସୁବିଧା ଥିବାରୁ ଚାଷୀ ମଧ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଚଳିତ ବର୍ଷ ସୁନାବେଡା ଓ ସୋସେଙ୍ଗ ପଂଚାୟତର ୪୮ ଜଣ ଚାଷୀ ୩୦ ହେକ୍ଟର ଜମିରେ ଖରା ଦିନିଆ ମାଣ୍ଡିଆ ଚାଷ କରିଛନ୍ତି । ଆଗାମୀ ଦିନରେ ସୁନାବେଡା ଓ ସୋସେଙ୍ଗ ପଂଚାୟତରେ ବ୍ୟାପକ ଭାବେ ଖରା ଦିନିଆ ମାଣ୍ଡିଆ ଚାଷ କରାଯିବ ବୋଲି ଚକୋଟିଆ ଭୁଞିଆ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)