• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କରୋନା ଛଡାଇ ନେଲା ରୋଜଗାର । ହେଲେ ପୁଣି ସେଇ କରୋନା ବଦଳାଇ ଦେଲା ଜୀବନ ଜୀବିକା । ଲକଡାଉନ-ସଟଡାଉନରେ ଘରେ ବସିବସି ୟୁଟ୍ୟୁବ ଦେଖିଲେ । ଆଉ ଏହି ୟୁଟ୍ୟୁବରୁ ଶିକ୍ଷା ପାଇବା ପରେ ଆଜି ସେମାନେ ହୋଇ ପାରିଛନ୍ତି ଲକ୍ଷପତି ।  ନୂଆପଡା କୋମନାର ଦୟାନନ୍ଦ ପ୍ରଧାନ । .ଏବେ ଦୟାନନ୍ଦଙ୍କ ଫାର୍ମରେ ବିଭିନ୍ନ ପ୍ରଜାତିର କୁକୁଡା । ଦେଶୀ କୁକୁଡା ଆଉ ବିଦେଶୀ କୁକୁଡା ବି ଚାଷ ଚାଲିଛି । ଆମେରିକା, ତୁର୍କୀ, ଚୀନ୍‌, ଜାପାନ ଆଦି ବିଭିନ୍ନ ଦେଶର ବିଭିନ୍ନ ପ୍ରଜାତିର କୁକୁଡା ମିଳୁଛି । ତାହା ସହ ବନରାଜ, କଡକନାଥ ସହ ଦେଶୀ କୁକୁଡା ଚାଷ କରି ଏବେ ମାସକୁ ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । 

ଚାଷ ବଢିବାରୁ ଏବେ ନିତିଦିନ ଘରକୁ ଦୈନିକ ଶହଶହ ଲୋକ କୁକୁଡା  କିଣିବା ପାଇଁ ଆସୁଛନ୍ତି । କୁକୁଡା ସହ ଦୟାନନ୍ଦ ବତକ ଆଉ ବଟେର ନାମକ ଏକ ପକ୍ଷୀ ମଧ୍ୟ ବିକୁଛନ୍ତି । ଖାଲି ଏତିକି ନୁହେଁ ବରଂ ଏହା ସହିତ ବିଦେଶୀ କୁକୁଡା ଚିଆଁ ମଧ୍ୟ ବିକୁଛନ୍ତି । ଦିନକୁ ଦୁଇ ଓଳି ସ୍ୱାମୀ-ସ୍ତ୍ରୀ କୁକୁଡାଙ୍କୁ ଦାନା ପାଣି ଦେଇଥାନ୍ତି । ଏବେ ମାସକୁ ରୋଜଗାର ଶୁଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଦିନ ଥିଲା ଦୟାନନ୍ଦ ଓ ତାଙ୍କ ସାନ ଭାଈ ଜିତୁ କାମ ପାଇଁ ଗୁଜୁରାଟର ମୋରବି ଯାଇଥିଲେ । ସେଠାରେ ଏକ ଟାଇଲ କଂପାନୀରେ କାମ କରୁଥିଲେ । ଯାହା ରୋଜଗାର ହେଉ ଥିଲା ପରିବାର ଚଳି ଯାଉଥିଲା । କିନ୍ତୁ କରୋନା ତାଙ୍କ ଜୀବନ ଜୀବିକାକୁ ବଦଳାଇ ଦେଲା । ସଟଚାଉନ୍‌ ସମୟରେ ବଡ କଷ୍ଟରେ ଗୁଜୁରାଟରୁ ଗାଁକୁ ଫେରିଲେ । କାମଧନ୍ଦା କିଛି ନ ଥିଲା । ତେଣୁ ୟୁଟ୍ୟୁବ ଦେଖିଦେଖି ଟାଇମପାସ୍ କରୁଥିଲେ । ସେହି ୟୁଟ୍ୟୁବରେ କୁକୁଡା ଚାଷ ସଂପର୍କରେ ଜାଣିଲେ । ପରୀକ୍ଷାମୂଳକ ଭାବେ ବ୍ୟବସାୟ ଆରମ୍ଭ କଲେ । ଆଜି ସେ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି । ଖାଲି ନିଜେ ଚାଷ କରୁଛନ୍ତି ତାହା ନୁହେଁ ବରଂ ଅନ୍ୟଙ୍କୁ ଚାଷ କରିବାକୁ ପରାମର୍ଶ ବି ଦେଉଛନ୍ତି ।

 

  • Reported by:
  • MAYADHAR SARAF