• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାମ ରାମ ସତ୍ୟ ହେ ଡାକ ପଡୁଛି...୪ କାନ୍ଧରେ ଶବ ଶ୍ମଶାନକୁ ଯାଉଛି । ଏମିତି ଦୃଶ୍ୟ ଦେଖିବା ପରେ ଆପଣ କହିପାରନ୍ତି...ମଣିଷର ଶେଷ ଠିକଣା ହେଉଛି ସେହି ଶ୍ମଶାନ । ବୋଧହୁଏ ଗାଁର ଜଣେ ବ୍ୟକ୍ତିଙ୍କର ପରଲୋକ ହୋଇଯାଇଛି । ପରିବାର, ପରିଜନ...ଗାଁ ସାହିଭାଇ ଶବ ଦାହ କରିବାକୁ ଶ୍ମଶାନକୁ ନେଉଛନ୍ତି । ଏଥିରେ ନୂଆ କଣ ? ଦର୍ଶକବନ୍ଧୁ...ଶବ ଦାହ କରିବାକୁ ନିଆଯାଉଛି ତାହା ତ ସତ । ହେଲେ ଏମିତି ଦୃଶ୍ୟ ପଛରେ ଯେଉଁ କାହାଣୀ ରହିଛି ତାହା ଜାଣିବା ପରେ ଆପଣ ବି କହିଲେ ଏମିତି ସରପଂଚଙ୍କୁ ସାଲ୍ୟୁଟ୍‌ ।

ପରଲୋକ ହେବା ପରେ ଶବକୁ ମିଳୁନଥିଲା ସମ୍ମାନ । ପୋକ ସାଲୁବାଲୁ ହେଉଥିବାରୁ ପାଖ ମାଡୁନଥିଲେ ସାହି ଭାଇ । ବାସ୍‌ ଏଇ କଥା ଯାଇଁ ପହଂଚିଥିଲା ରାଜସୁନାଖଳାର ସରପଂଚ ଚିତ୍ତରଂଜନ ପ୍ରଧାନଙ୍କ କାନରେ । ବାସ୍‌..ସାଙ୍ଗେ ସାଙ୍ଗେ ପହଞ୍ଚିଥିଲେ, ଆଉ ଶବ ଦାହ ହେବାର ସବୁ ବ୍ୟବସ୍ଥା କରିଥିଲେ । ଖାଲି ବ୍ୟବସ୍ଥା କରିଥିଲେ ତାହା ନୁହେଁ ବରଂ ପୋକ ସାଲୁବାଲୁ ଶବକୁ କାନ୍ଧ ଦେଇ ଚର୍ଚ୍ଚାରେ ସରପଞ୍ଚ l

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାୟତର ନୃସିଂହପୁର ଟାଙ୍ଗି ସାହି । ଗାଁର କୃଷ୍ଣ ବାହାଦୁର । ସେ ଜଣେ ନେପାଳୀ ହୋଇଥିଲେ ବି ଯୁବକଦିନରୁ ଗାଁରେ ରହୁଥିଲେ । ସ୍ଥାନୀୟ ବଜାରରେ ଚୌକିଦାରର କାମ ବି କରୁଥିଲେ । ହେଲେ କୌଣସି କାରଣରୁ ତାଙ୍କ ଗୋଡରେ ଶକ୍ତ ଆଘାତ ଲାଗିଥିଲା । ଆଉ ଧୀରେ ଧୀରେ ଗୋଡ ପଚିବାକୁ ଆରମ୍ଭ କରିଥିଲା । ଏମିତି ସ୍ଥିତିରେ ଚାକିରି ହରାଇ ଭିକ୍ଷାବୃତ୍ତି କରି ଚଳୁଥିଲେ କୃଷ୍ଣ । ହେଲେ ବର୍ଷେ ହେବ ଚଲାବୁଲା ବନ୍ଦ ହେବାରୁ ଘରେ ପଡିରହିଥିଲେ । ପାଖରେ ପରିବାର ନଥିବାରୁ ଧୀରେ ଧୀରେ ଗୋଡ ପଚିଯାଇଥିଲା । ଆଉ ଏହାରି ଭିତରେ ଏଇ ଘର ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କିଛିଦିନ ପରେ ଦୁର୍ଗନ୍ଧ ହେବା ସହିତ ଘରୁ ପୋକ ବାହାରୁଥିବାରୁ ପଡିଶା ଲୋକ ଜାଣିଥିଲେ ଯେ କୃଷ୍ଣଙ୍କର ଦେହାନ୍ତ ହୋଇଯାଇଛି । କିନ୍ତୁ ପୋକ ସାଲୁବାଲୁ ହେଉଥିବାରୁ ଘର ଭିତରକୁ କେହି ଯାଉନଥିଲେ ।

ଦିନ ୧୨ଟା ହେଲା ପଛେ ଶବ ଦାହ କରିବାକୁ କେହି ରାଜି ହୋଇନଥିଲେ । ଶେଷରେ ସରପଂଚ ଏବଂ ସ୍ଥାନୀୟ ଅଂଚଳର କିଛି ବ୍ୟକ୍ତି ଶବଦାହ କରିବାକୁ ନିଷ୍ପତ୍ତି ନେଲେ । ଟାଇଁ ଟାଇଁ ଖରାରେ ନିଜ କାନ୍ଧରେ ଶବକୁ କାନ୍ଧେଇ କାନ୍ଧେଇ ଶ୍ମଶାନକୁ ନେବା ପରେ ଦାହ ବି କରିଥିଲେ । ଦର୍ଶକବନ୍ଧୁ ଅନେକ ସମୟରେ ମଣିଷ ମଣିଷକୁ ପଚାରୁନଥିବାର ଦୃଶ୍ୟ ସାମ୍ନାକୁ ଆସେ । ହେଲେ ନୟାଗଡରୁ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଜଣଙ୍କର ଦେହାନ୍ତ ହେବା ପରେ ମଧ୍ୟ କେହି ପାଖକୁ ନଯାଇ ନାକ ଟେକୁଥିଲେ । ହେଲେ ମାନବିକତା ଦେଖାଇ ସରପଂଚ ଯେଉଁ କାମ କଲେ ତାହାକୁ ନେଇ ଏବେ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା ।

 

 

  • Reported by:
  • Jayendra Behera