/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690426993.jpg)
Daspalla railway station
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦଶପଲ୍ଲାକୁ ଗଡିବ ଟ୍ରେନ୍। ବର୍ତ୍ତମାନ ଷ୍ଟେସନ ଏବଂ ଟ୍ରାକ୍ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକ ସ୍ୱତନ୍ତ୍ର ଟ୍ରେନରେ ଆସି ଦଶପଲ୍ଲା ଷ୍ଟେସନ କାର୍ଯ୍ୟର ସମୀକ୍ଷା କରିଛନ୍ତି ରେଳ ସୁରକ୍ଷା ଆୟୁକ୍ତ ଏ. ଏମ ଚୌଧୁରୀ ଏବଂ ଖୋର୍ଦ୍ଧା D.R.M ଏଚ୍.ଏସ୍ ବାଜୱା ।
Advertisment
ନୂଆଗାଁ ଠାରୁ ଦଶପଲ୍ଲା ଷ୍ଟେସନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ଦଶପଲ୍ଲା ରେଳ ଷ୍ଟେସନର ପ୍ୟାନେଲ ରୁମ୍ ଏବଂ ଲୁପ୍ ଲାଇନ ଯାଞ୍ଚ କରିବା ସହ ଏସମ୍ପର୍କିତ ରିପୋର୍ଟ ରେଳ ମନ୍ତ୍ରାଳୟକୁ ଦିଆଯିବ । ଏହା ପରେ ଦଶପଲ୍ଲାକୁ ଟ୍ରେନ ଚଳାଚଳ ପାଇଁ ଦିନ ସ୍ଥିର କରାଯିବ ।
ରେଳମନ୍ତ୍ରୀ ଦଶପଲ୍ଲା ଆସି ରେଳ ଷ୍ଟେସନର ଶୁଭ ଉଦଘାଟନ କରିବା ସହିତ ଦଶପଲ୍ଲା ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ରେଳ ଚଳାଚଳ ସ୍ୱାଭାବିକ କରାଯିବ ବୋଲି ଖୋର୍ଦ୍ଧା D.R.M ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଟ୍ରେନ୍ ପହଞ୍ଚି ଥିବାରୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)