Advertisment

BrahMos Supersonic Production in UP: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

ଯୁଦ୍ଧ ପାଇଁ ଭାରତରେ ଜନ୍ମ ନେବ ‘ବ୍ରହ୍ମୋସ୍’ । ବର୍ଷକୁ ତିଆରି ହେବ ୮୦ରୁ ୧୦୦ କ୍ଷପଣାସ୍ତ୍ର । ଶତ୍ରୁର ଛାତିକୁ ଭେଦ କରିବାକୁ ଭାରତ କଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍ ଉଦଘାଟନ । ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ଜାରି ରହିଛି । ଫଳରେ ପାକିସ୍ତାନ ସହିତ ଭାରତର ସାମରିକ ଉତ୍ତେଜନା ବୃଦ୍ଧି ପାଉଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
BrahMos Missile

BrahMos Missile

ଯୁଦ୍ଧ ପାଇଁ ଭାରତରେ ଜନ୍ମ ନେବ ‘ବ୍ରହ୍ମୋସ୍’ । ବର୍ଷକୁ ତିଆରି ହେବ ୮୦ରୁ ୧୦୦ କ୍ଷପଣାସ୍ତ୍ର । ଶତ୍ରୁର ଛାତିକୁ ଭେଦ କରିବାକୁ ଭାରତ କଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍ ଉଦଘାଟନ । ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ଜାରି ରହିଛି । ଫଳରେ ପାକିସ୍ତାନ ସହିତ ଭାରତର ସାମରିକ ଉତ୍ତେଜନା ବୃଦ୍ଧି ପାଉଛି ।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ?

ଏହି ଅବସରରେ ରବିବାର ଦିନ ଲକ୍ଷ୍ନୌର ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭର୍ଚୁଆଲରେ ଯୋଗଦେଇ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍‌ ଉଦଘାଟନ କରିଛନ୍ତି । ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଉତ୍ପାଦନ ୟୁନିଟ୍, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଉତ୍ପାଦନ କରିବ । ଯାହାର ପରିସର ୨୯୦ ରୁ ୪୦୦ କିଲୋମିଟର ରହିବ ।  ସର୍ବାଧିକ ଗତି ମାକ୍ ୨.୮ ରହିବ ବୋଲି କୁହାଯାଉଛି ।

ଭାରତ ଏବଂ ଋଷର ମିଳିତ ଉଦ୍ୟମରେ ବ୍ରହ୍ମୋସ୍ ଏରୋସ୍ପେସ୍ ବିକଶିତ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ସ୍ଥଳ, ସମୁଦ୍ର କିମ୍ବା ଆକାଶରୁ ନିକ୍ଷେପ କରାଯାଇପାରିବ। ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଷ୍ଟ୍ରାଇକ୍ ରେଞ୍ଜ ୩ଶହ କିଲୋମିଟରରୁ ଅଧିକ ରହିବ ।

Advertisment

ସେହିପରି ଓଜନ ରହିବ ୨ହଜାର ୯ଶହ କିଲୋଗ୍ରାମ । ତାମିଲନାଡୁ ପରେ ଉତ୍ତର ପ୍ରଦେଶରେ ବ୍ରହ୍ମୋସର ପ୍ରତିଷ୍ଠା କରିବାରେ ଦ୍ୱିତୀୟ ରାଜ୍ୟ ବୋଲି ବିବୃତିରେ କୁହାଯାଇଛି । ସେପଟେ ‘ଅପରେସନ ସିନ୍ଦୂର’କୁ ନେଇ ବଡ଼ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆତଙ୍କବାଦ ବିରୋଧରେ ଦୃଢ଼ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତାର ନିଦର୍ଶନ । ଆତଙ୍କବାଦୀ ଓ ସେମାନଙ୍କ ଆଢ୍ଡା ସୁରକ୍ଷିତ ନୁହେଁ ବୋଲି ଚେତାଇ ଦେଇଛନ୍ତି ରାଜନାଥ ।

ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍‌ ଉଦଘାଟନ ଭାରତ ସାମରିକୁ ଆହୁରି ମଜଭୁତ କରିବ । ଫଳରେ ଶତ୍ରୁକୁ ଜବାବ ଦେଇ ପାରିବେ ଭାରତୀୟ ସେନା ।

India Pakistan War BrahMos Missile Operation Sindoor
Advertisment
Advertisment