/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747028164.jpg)
Sofia Quresh
ସୋଫିଆ... ସେ ନାରୀ, ସେ ବଜୁଳି କନ୍ୟା । ସାହସିକତାର ଅନ୍ୟ ନାଁ ସୋଫିଆ । ପ୍ରତିଶୋଧର ନାଁ ବି ସୋଫିଆ । ନାଁ ଶୁଣିଲେ ଶତ୍ରୁ ଭୟ କରେ । ଯୁଦ୍ଧ କଥା ପଡ଼ିଲେ ସାମ୍ନାକୁ ଚାଲି ଆସେ ସଫିଆ କ୍ୟୁରେଶୀଙ୍କ ମୁହଁ । ଆତଙ୍କବାଦ ବିରୋଧରେ ଭାରତ ସରକାରଙ୍କ ‘ଅପରେସନ୍ ସିନ୍ଦୂର’ ଜାରି ରହିଛି । ଯୁଦ୍ଧ ପୂର୍ବରୁ ଉଭୟ ଦେଶ ଉଭୟଙ୍କ ମଧ୍ୟରେ ଆକ୍ରମଣକୁ ନେଇ ଅନେକ ଚିତ୍ର ସାମ୍ନାକୁ ଆସିଛି । ଏପରି ସମୟରେ ଅପରେସନ୍ ସିନ୍ଦୂରକୁ ନେଇ ଚର୍ଚ୍ଚା ଯେତିକି ବଢ଼ୁଛି ସେତିକି ସୋଫିଆଙ୍କୁ ନେଇ ଇଣ୍ଟରନେଟ୍ରେ ସର୍ଚ୍ଚ ମଧ୍ୟ କରାଯାଉଛି ।
ଅଧିକ ପଢ଼ନ୍ତୁ: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !
ସିନ୍ଦୂରର ଶକ୍ତି ଦେଖିଲା ସାରା ବିଶ୍ବ । ଦୁଇ ମହିଳା ସେନା ଅଧିକାରୀ ତଥା ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଓ ବାୟୁସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ‘ଅପରେସନ୍ ସିନ୍ଦୂର’ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଉଥିଲେ। ଯେଉଁଥିରେ ଏହି ଦୁଇ ମହିଳାଙ୍କ ସାହସିକତାର ପରିଚୟ ସାରା ବିଶ୍ବ ଦେଖିଥିଲା । ୧୯୭୪ ମସିହାରେ ଗୁଜରାଟର ଭଦୋଦରାର ଏକ ସାମରିକ ପରିବାରରେ ଜନ୍ମଗ୍ରହଣ କରିଥିଲେ କର୍ଣ୍ଣେଲ କୁରେଶୀ । ୧୯୯୭ରେ ମହାରାଜା ସୟାଜିରାଓ ବିଶ୍ୱବିଦ୍ୟାଳୟରେ ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।
ଡିସେମ୍ବର ୨୦୦୧ରେ ଭାରତୀୟ ସଂସଦ ଆକ୍ରମଣ ପରେ ପଞ୍ଜାବ ସୀମାରେ ଅପରେସନ ପରାକ୍ରମ ସମୟରେ କର୍ଣ୍ଣେଲ କ୍ୟୁରେଶି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପରେ ନିଜର କର୍ମକ୍ଷେତ୍ରରେ ନିଜକୁ ସଠିକ୍ ଭାବେ ଦକ୍ଷ କରାଇ ପାରିଥିବାରୁ ତାଙ୍କୁ ଅନେକ ପ୍ରଶଂସାପତ୍ର ମିଳିଛି । ସୋଫିଆଙ୍କ ଅବଦାନ କେବଳ ଯୁଦ୍ଧକ୍ଷେତ୍ରରେ ସୀମିତ ନୁହେଁ, ସେ ଅନ୍ତର୍ଜାତୀୟ ଶାନ୍ତି ମିଶନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଜାତିସଂଘ ଶାନ୍ତିରକ୍ଷା ଅଭିଯାନର ଅଂଶ ଭାବରେ, ସେ ୨୦୦୬ରୁ ଛଅ ବର୍ଷ ପାଇଁ କଙ୍ଗୋରେ କାର୍ଯ୍ୟ କରିଥିଲେ। ଖାଲି ଏତିକି ନୁହେଁ, ଉତ୍ତର-ପୂର୍ବ ଭାରତରେ ବନ୍ୟା ରିଲିଫ୍ କାର୍ଯ୍ୟ ସମୟରେ ମଧ୍ୟ ତାଙ୍କ ନେତୃତ୍ୱ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)