• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ରାଜ୍ୟରେ ଭୁଶୁଡ଼ି ପଡିଲାଣି କି ଶିକ୍ଷା ବ୍ୟବସ୍ଥା ! ଏକଥା ଆମେ ନୁହେଁ ବରଂ ସ୍କୁଲର ଦୃଶ୍ୟ ହିଁ ବୟାନ କରୁଛି । କାରଣ ଗୋଟିଏ କ୍ଲାସ୍‌, ଗୋଟିଏ ବ୍ଲାକବୋର୍ଡରେ ପଢୁଛନ୍ତି ଚାରି ଚାରୋଟି ଶ୍ରେଣୀର ପିଲା । ଏକା ସାଙ୍ଗରେ ଏକା ସମୟରେ ପିଲାଙ୍କୁ ଯଦି ପାଠ ପଢାଯିବ ତେବେ କେମିତି କୁନି କୁନି ପିଲା ପାଠ ପଢୁଥିବେ ତାହା ସମସ୍ତଙ୍କୁ ଜଣା ।

ନୟାଗଡ ରଣପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ଯେଉଁଠାରେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମଠାରୁ ଚତୁର୍ଥ ଶ୍ରେଣୀର ପ୍ରାୟ ୭୫ ଜଣ ପିଲା ପାଠ ପଢୁଛନ୍ତି । ଖାଲି ଏତିକି ନୁହେଁ ବରଂ ଗୋଟିଏ କ୍ଲାସ୍‌ରେ ୪-୪ ଜଣ ଶିକ୍ଷୟିତ୍ରୀ ଦୁଇଟି ବ୍ଲାକବୋର୍ଡରେ ପାଠ ପଢାଉଛନ୍ତି । ଯେଉଁଥି ଲାଗି କୌଣସି ଗୋଟିଏ ଶ୍ରେଣୀର ପିଲା ଠିକ୍‌ରେ ପାଠ ପଢିପାରୁନଥିବା ଅଭିଯୋଗ ହୋଇଛି । ଏମିତିକି ପିଲାମାନେ ଅଧିକାଂଶ ସମୟରେ ଠିକ୍‌ରେ ପଢିପାରୁନଥିବା ଖୋଦ୍‌ କହିଛନ୍ତି ଶିକ୍ଷୟିତ୍ରୀ ।

ମୋଟ୍‌ ଉପରେ ଅବ୍ୟବସ୍ଥା ଘେରରେ ଚାଲିଛି ପଞ୍ଚାୟତ ଗମେଣ୍ଟ ହାଇସ୍କୁଲ । ସ୍କୁଲରେ ଶ୍ରେଣୀ ଗୃହର ଘୋର ଅଭାବ କାରଣରୁ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ପଢୁଛନ୍ତି ପାଠ । ଅନ୍ୟପଟେ ପଞ୍ଚମ ଶ୍ରେଣୀର ପିଲାମାନେ ଯେଉଁ ଘରେ ପାଠ ପଢୁଛନ୍ତି ତାହାର ଅବସ୍ଥା ବି ପୂରା ସଙ୍ଗୀନ ସ୍ଥିତିରେ ରହିଛି । ଏମିତିକି ବିପଦପୂର୍ଣ୍ଣ ବିଦ୍ୟୁତ୍‌ ତାର ଥିବା ଗୃହରେ କୁନିକୁନି ପିଲା ବସି ପାଠ ପଢୁଛନ୍ତି ।

ସ୍କୁଲ ସମସ୍ୟା ସମ୍ପର୍କରେ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଛି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ତେଣୁ ସ୍କୁଲକୁ ପିଲାଙ୍କୁ ଛାଡିବାକୁ ରାଜ ହେଉନାହାନ୍ତି ଅଭିଭାବକ । ସେପଟେ ପୂରା ଘଟଣାରେ ବିଇଓ କହୁଛନ୍ତି ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ।

 

 

  • Reported by:
  • Alok Moharana