• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯୁବତୀଙ୍କୁ ଅପହରଣ କରି ନେବା ବେଳେ ଗୋଡ଼ାଇ ଗୋଡ଼ାଇ କାବୁ କଲା ପୋଲିସ l ଯୁବତୀ ଉଦ୍ଧାର, ୪ ଜଣ ଅପହର୍ତ୍ତା ନୟାଗଡ଼ ସଦର ଥାନାରେ ଅଟକ l ନୟାଗଡ଼ ରାଜପାଟଣା ନିକଟରେ ସ୍ଥାନୀୟ ଯୁବତୀ ଜଣକ ସାଇକେଲ ଯୋଗେ ଘରକୁ ଫେରୁଥିଲେ l

ଏକ ଅଲଟୋ କାର ରାଜପାଟଣାରୁ ଅପହରଣ କରି ନେଇଥିଲେ ୪ ଯୁବକ l ଏହି ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ଗୋଡ଼ାଇ ଗୋଡ଼ାଇ ନୟାଗଡ଼ ଚଣ୍ଡୀବସ୍ତ ରାସ୍ତାରୁ ଉଦ୍ଧାର କରିଛି ପୋଲିସ l

ଅଟକ ଅଭିଯୁକ୍ତମାନେ ହେଲେ କେଶରପୁର ଗାଁର ରଘୁନାଥ ପ୍ରଧାନ, ସନ୍ତୋଷ ଦୋରା, ଖଣ୍ଡୁଗାଁର କିଶୋର ଚନ୍ଦ୍ର ଚଇନ, ବାରବାଟି ଗାଁର ଜିତେନ୍ଦ୍ର ବିଶ୍ୱାଳ l ଏନେଇ ପୋଲିସ ତଦନ୍ତ ଜାରି ରଖିଛି l

  • Reported by:
  • Jayendra Behera