/odishatv-khabar/media/post_attachments/uploadimage/library/16_9/16_9_0/virat_1747032070.jpg)
virat
ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ସୋମବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅବସର ଗ୍ରହଣ କରି ସାରିଥିବା ବେଳେ କୋହଲିଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ସୋମବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଅବସର ଘୋଷଣା କରିଛନ୍ତି କୋହଲି। ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ କୋହଲି ଅବସର ଘୋଷଣା କରିଛନ୍ତି।
୧୪ ବର୍ଷ ତଳେ ମୁଁ ପ୍ରଥମ ଥର ବ୍ୟାଗୀ ବ୍ଲୁ ଜର୍ସି ପିନ୍ଧିଥିଲି। ଟେଷ୍ଟ କ୍ରିକେଟରୁ ସର୍ବଦା ମୋତେ କିଛି ନୂଆ ଜିନିଷ ଶିଖିବାରେ ସାହାଯ୍ୟ କରିଛି ଯାହା ଆଜୀବନ ମୋ ସହିତ ରହିବ। ଭାରତ ପାଇଁ ହ୍ବାଇଟ୍ସରେ ଖେଳିବା ବା ଟେଷ୍ଟ ଜର୍ସି ପିନ୍ଧିବା ମୋ ପାଇଁ ସର୍ବଦା ସ୍ବତନ୍ତ୍ର ରହିବ ବୋଲି ମଧ୍ୟ ସେ ଲେଖିଛନ୍ତି।
ଅଧିକ ପଢ଼ନ୍ତୁ: ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର
ଏହି ଫର୍ମାଟରୁ ଓହରିବା ମୋ ପାଇଁ ଅତ୍ୟନ୍ତ କଠିନ ନିଷ୍ପତ୍ତି। ତେବେ ବର୍ତ୍ତମାନ ଅବସର ନେବାର ସଠିକ ସମୟ। ଟେଷ୍ଟ କ୍ରିକେଟକୁ ମୁଁ ସର୍ବଦା ମୋର ଶ୍ରେଷ୍ଠ ଦେବାକୁ ପ୍ରୟାସ କରିଛି। ସେହିପରି କ୍ରିକେଟକୁ ମୁଁ ଯେତିକି ଦେଇଛି ଏହା ତା ଠାରୁ ଅନେକ ଗୁଣ ଅଧିକ ମୋତେ ପ୍ରଦାନ କରିଛି ବୋଲି କୋହଲି ଲେଖିଛନ୍ତି। ଯେଉଁ କ୍ରିକେଟରମାନଙ୍କ ସହ ପଡିଆ ଓ ଡ୍ରେସିଂ ରୁମ ଶେୟାର କରିଛି ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ ବୋଲି କୋହଲି ଲେଖିଛନ୍ତି। ଯେତେବେଳେ ବି ପଛକୁ ଫେରି ମୋ ଟେଷ୍ଟ କ୍ୟାରିୟରକୁ ଚାହିଁବି ଏହା ମୋ ମୁହଁରେ ହସର ଝଲକ ଆଣି ଦେବ ବୋଲି କୋହଲି ଲେଖିଛନ୍ତି। #269 ସାଇନିଙ୍ଗ ଅଫ ବୋଲି ଲେଖିଛନ୍ତି କୋହଲି।
ବିରାଟ କୋହଲି ଭାରତ ପାଇଁ ୨୦୧୧ରେ ଟେଷ୍ଟ ଡେବ୍ୟୁ କରିଥିଲେ। ତାଙ୍କର ଟେଷ୍ଟ କ୍ୟାପ ନମ୍ବର ୨୬୯ ରହିଥିଲା। ଭାରତ ପାଇଁ ୧୨୩ ଟେଷ୍ଟ ମ୍ୟାଚ ଖେଳି ସେ ୪୬.୮୫ ଆଭରେଜରେ ୯୨୩୦ ରନ ସ୍କୋର କରିଛନ୍ତି। ୨୫୪ ରନର ସର୍ବାଧିକ ସ୍କୋର ସହିତ ସେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ଦିନିକିଆରେ ୩୦୨ ମ୍ୟାଚ ଖେଳି ୧୪୧୮୧ ରନ ଓ ୧୨୫ ଟି୨୦ ମ୍ୟାଚରୁ ୪୧୮୮ ରନ ସ୍କୋର କରିଛନ୍ତି। ପୂର୍ବରୁ ଭାରତ ଟି୨୦ ବିଶ୍ବକପ ଜିତିବା ପରେ କୋହଲି ଟି୨୦ରୁ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆ କ୍ରିକେଟରେ ସକ୍ରିୟ ରହିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)