• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ

ମାଟ୍ରିକ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଛନ୍ତି ପ୍ରଧାନଶିକ୍ଷକ । ପ୍ରତି ପିଲା ପିଛା ୩ ଶହ ଟଙ୍କା । ଏଭଳି କିଛି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ୍ ହୋଇଛି । କେନ୍ଦୁଝର ତେଲକୋଇ ବ୍ଲକ ଶିବନାରାୟଣଗୋଡ଼ା ଗାଁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିଲାଙ୍କଠୁ ଲାଞ୍ଚ ନେଉଛନ୍ତି ।

ଏହି ଭିଡିଓରେ...ସାର୍ କିପରି ଛାତ୍ରଙ୍କୁ ଲାଞ୍ଚ ମାଗୁଛନ୍ତି ଦେଖିବାକୁ ମିଳିଛି । ପ୍ରଥମ ଛାତ୍ର ଜଣକ ଟଙ୍କା ଦେଲେ ହେଲେ ଦ୍ୱିତୀୟ ଛାତ୍ର ଜଣକ ଟଙ୍କା ନଦେବାରୁ ତାଙ୍କୁ ତୁରନ୍ତ ୩ ଶହ ଟଙ୍କା ଆଣିବାକୁ କହୁଛନ୍ତି ।

ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ଅଭିଭାବକ । ଯାହାର ତଦନ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ହୋଇଛି । ରିପୋର୍ଟ ଆସିଲେ ତଦନ୍ତ ହେବ ବୋଲି ସହକାରୀ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ ଏହି ଭିଡିଓକୁ ନେଇ ପ୍ରଧାନଶିକ୍ଷକ ଦିବ୍ୟରଞ୍ଜନଙ୍କ କୌଣସି ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ଏହା ଅଗଷ୍ଟ ମାସର ଘଟଣା ବୋଲି ତେଲକୋଇ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି । ସୂଚନା ଅନୁସାରେ ଅଗଷ୍ଟ ମାସରେ ଏ ଲାଞ୍ଚ କାରବାର ହୋଇଥିଲା ।

ଅଗଷ୍ଟ ୨୨ ତାରିଖରେ ଏ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ତଦନ୍ତ ପ୍ରକ୍ରିୟା ସରିଛି ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ରୂପେ ହେବ ବୋଲି ତେଲକୋଇ ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ କହିଛନ୍ତି । ତେବେ ଜିଲ୍ଲପାଳଙ୍କୁ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେବାରୁ ଭିଡ଼ିଓଟି ଏବେ ଭାଇରାଲ୍ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now