• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କେନ୍ଦୁଝର ଆବାସିକ ହଷ୍ଟେଲର ୪୦ ଛାତ୍ରୀ ଅସୁସ୍ଥ । ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଗତକାଲି ସଂଧ୍ୟା ବେଳେ ସୁଜି ଖାଇବା ପରେ ଛାତ୍ରୀମାନେ ହଠାତ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କର ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହୋଇଥିବା ନେଇ ଛାତ୍ରୀମାନେ କହିଛନ୍ତି । ପରେ ପରେ ଷ୍ଟେଲର ପ୍ରାୟ ୧୦୦ ଛାତ୍ରୀଙ୍କ ମଧ୍ୟରୁ ୪୦ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ।

ତୁରନ୍ତ ସ୍କୁଲ କର୍ତ୍ତୁପକ୍ଷ ଛାତ୍ରୀମାନଙ୍କୁ ଚିକିତ୍ସାଲାଗି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ଛାତ୍ରୀ ମାନଙ୍କ ଚିକିତ୍ସା ଚାଲିଛି ଓ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ନେଇ ଶିକ୍ଷକ କହିଛନ୍ତି ।