• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରେନ ଧକ୍କାରେ ଆହତ ୨ ଛୁଆ ହାତୀ ଓ ମାଆ ହାତୀର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରୁ ରାତି ୭ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଘଟିଥିଲା ଏହି ଅଘଟଣ । ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ହାତୀପଲକୁ ଧକ୍କା ଦେଇଥିଲା ।

ଏକ ୧୯ ଟିକିଆ ହାତୀପଲ ସନ୍ଧ୍ୟାରେ ବୈତରଣୀ ସଂରକ୍ଷିତ ଜଙ୍ଗଲ(କ) ଦେଇ ରେଳ ଧାରଣା ପାରି ହେଉଥିଲେ । ଏହି ସମୟରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଟ୍ରେନ୍‌ ଧକ୍କାର ଶିକାର ହୋଇଥିଲେ । ହାତୀ ଛୁଆ ଓ ମାଆ ହାତୀ ଗୁରୁତର ଆହତ ହୋଇଥିଲେ । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଲୱେର ରେସକ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛିଥିଲେ ।

ତେବେ ଚିକିତ୍ସା ଚାଲିଥିଲା ବେଳେ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ମାଆ ଓ ଆଉ ଗୋଟିଏ ଛୁଆ ହାତୀର ଅବସ୍ଥା ସଂକଟାପନ୍ନ ଥିଲା । ତେବେ ଆଜି ଭୋରରୁ ମାଆ ଓ ଛୁଆ ହାତୀର ମୃତ୍ୟୁ ହୋଇଛି । କିଛି ବର୍ଷ ତଳେ ଏହି ରୁଟ୍‌ରେ ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଏ ଦୁର୍ଘଟଣାକୁ ନେଇ ରେଲୱେ କିମ୍ବା ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।