• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୈତରଣୀ ନଦୀ ସୁଅରେ ପୁଅ ଆଗରେ ଭାସିଗଲେ ବାପା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କେନ୍ଦୁଘାଟି ଗାଁ ନଦୀ ଘାଟରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଗମ୍ଭାରୀଡିହା ଗାଁର ସୁରେନ୍ଦ୍ର ଦେହୁରୀ ଓ ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଦେହୁରୀ ନିକଟସ୍ଥ ବାଂସପାଳକୁ ବ୍ୟାଙ୍କ କାମରେ ଯାଇଥିଲେ । ଫେରିବା ସମୟରେ ବୈତରଣୀ ନଦୀର କେନ୍ଦୁଘାଟି ନଦୀ ଘାଟରେ ଥିବା ନିଚା ହୋମ୍ ପାଇପ ପୋଲରେ ପାଣି ବଢିଯାଇଥିଲା । ପୂର୍ଣ୍ଣଚନ୍ଦ୍ର ପୋଲ ଉପରେ ଯାଉଥିବା ବେଳେ ଗୋଡ ଖସି ଯିବାରୁ ସେ ନଦୀ ସୁଅକୁ ଖସିଯିବା ସହ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ବି ପୂର୍ଣ୍ଣଚନ୍ଦ୍ରଙ୍କ ଖୋଜଖବର ମିଳି ପାରିନାହିଁ ।

ସେପଟେ ଏଭଳି ଏକ ସମାନ ଘଟଣା ଘଟିଛି ମାଲକାନଗିରିରେ । ଜିଲ୍ଲାର ପଡିଆ ବ୍ଲକ କୁଟୁମ୍ପାଲି ଡ଼ଙ୍ଗା ଘାଟରେ ଅଘଟଣ । ଡଙ୍ଗା ବୁଡ଼ି ଜଣେ ନିଖୋଜ । ୫ ଜଣ ନଦୀ ପାର ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା । ସେମାନଙ୍କ ମଧ୍ୟରୁ ୪ଜଣ ପହଁରି ପହଁଁରି କୂଳରେ ପହଁଚି ଥିବାବେଳେ ଜଣେ ଏବେବି ନିଖୋଜ ଅଛନ୍ତି । ଏମ୍‌ଭି ୭୯ ଓ ପଡ଼ିଆକୁ ସଂଯୋଗ କରୁଥିବା ଡ଼ଙ୍ଗା ଘାଟରେ ପାରି ହେଉଥିବା ବେଳେ ଏହି ଅଘଟଣ ଘଟିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now