• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବର୍ଷା ପାଇଁ ବେଙ୍ଗ ନାଚ ଓ ପାଣି ଚୋରି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଗୋଳାବନ୍ଧ ଗାଁରେ ଏଭଳି ନିଆରା ପୂଜା କରାଯାଇଛି । ଅନ୍ୟ ଏକ ଗ୍ରାମରୁ ପାଣି ଚୋରି କରି ଗ୍ରାମ ଠାକୁରଙ୍କୁ ଗାଧୋଇବା ସହ ବେଙ୍ଗ ନାଚ କରିଛନ୍ତି ।

ଏଭଳି କଲେ ଇନ୍ଦ୍ର ଦେବତା ପ୍ରସନ୍ନ ହେବା ସହ ଭଲ ବର୍ଷା ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ପୂଜାରେ ବହୁ ମହିଳା ସାମିଲ ହୋଇ ବେଙ୍ଗନୃତ୍ୟ କରିଥିଲେ । ଚଳିତ ବର୍ଷ ଅନୁଗୋଳ ପାଲଲହଡ଼ା ଅଞ୍ଚଳରୁ ପାଣି ଏବଂ ଏକ ବେଙ୍ଗକୁ ଆଣି ପୂଜା କରାଯାଇଥିବା କହିଛନ୍ତି ଗ୍ରାମବାସୀ ।