Advertisment

ଟିପ ଚିହ୍ନ ନେଇ ଚାଷୀଙ୍କ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Odisha youths loot Rs 38k from innocent tribal by tricking thumb impression in Keonjhar

Odisha youths loot Rs 38k from innocent tribal by tricking thumb impression in Keonjhar

ଟିପ ନେଇ ଆକାଉଣ୍ଟରୁ ଲୁଟି ନେଲେ ୩୮ ହଜାର ଟଙ୍କା । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଚାଷୀଙ୍କୁ କାଳିଆ ଯୋଜନା ଓ ବଳିଆ ଯୋଜନାର କିସ୍ତି ଠିକ ଭାବରେ ଆସୁନଥିବାରୁ ତାହା ଅନଲାଇନ ଯୋଗେ ସଂଶୋଧନ କରାଯିବ ତେଣୁ ଆଧାର ସହିତ ଲିଙ୍କ କରାଯିବ କହି ହିତାଧିକାରୀଙ୍କ ପାଖରୁ ଦୁଇ ଯୁବକ ଟଙ୍କା ଲୁଟି ନେଇଛନ୍ତି । ଘଟଣାରେ ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି । ତେବେ ଗିରଫ ୨ ଜଣ ମୁରଲୀଧର ମହାପାତ୍ର ଓ ଅବନୀ କୁମାର ମହାପାତ୍ର ବୋଲି ଜଣାପଡିଛି ।

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଳିଆହତା ଫାଣ୍ଡି ଅଧିନ ବଳଭଦ୍ରପୁର ଗାଁର ୪ ଜଣକ ହିତାଧିକାରୀଙ୍କ ପାଖରୁ ପିଓଏସ ମେସିନରେ ଟିପ ଲଗାଇ ଠାରୁ ୩୮ ହଜାର ଠକି ନେଇଛନ୍ତି । ଘଟଣା ଜାଣିବା ପରେ ଉକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିବା ସହ ଫାଣ୍ଡିରେ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁସାରେ, ଆଜି ଦୁଇ ଜଣ ଯୁବକ ଏକ ମୋଟର ସାଇକେଲ ବଳଭଦ୍ରପୁର ଗାଁକୁ ପହଞ୍ଚି କିଛି ଗରିବ ଆଦିବାସୀଙ୍କୁ କାଳିଆ ଯୋଜନା ଓ ବଳିଆ ଯୋଜନା ଅର୍ଥ ଯିଏ ପାଉନାହିଁ ସେମାନଙ୍କ ଆଧାରକୁ ଲିଙ୍କ କଲେ ପାଇପାରିବେ ବୋଲି କହିଥିଲେ । ବହୁ ଲୋକ ଏହି ଦୁଇ ଯୋଜନାରୁ ବଂଚିତ ଥିବାରୁ ସେମାନଙ୍କ ପାଖରେ ଆଧାର ଲିଙ୍କ କରିବାକୁ ଆସିଥିଲେ ଓ ସେମାନଙ୍କ କହିବା ମୁତାବକ ପିଓଏସ ମେସିନରେ ଟିପ ଚି଼ହ୍ନ ଦେଇଥିଲେ ।

Advertisment

ଏହି ସମୟରେ ଘଟଣାସ୍ଥଳରେ ବଳଭଦ୍ରପୁର ପଞ୍ଚାୟତ ସରପଞ୍ଚ ପହଞ୍ଚି ତନାଘନା କରିଥିଲେ । ଯେଉଁ ଲୋକ ମାନେ ଟିପ ଚି଼ହ୍ନ ଦେଇଥିଲେ ସେମାନେ ବ୍ୟଙ୍କକୁ ଯାଇ ପାସ ବୁକ ଅପଡେଟ କରିଥିଲେ । ସେତେବେଳେ ପ୍ରମିଳା ଜୁଆଙ୍ଗ , ବିଶ୍ୱ ମାଝୀ, ପରାଅ କିସ୍କୋ, ପାଣୁ ମାଝୀଙ୍କ ପାସ ବୁକରୁ ୩୮ ହଜାର ଗାୟବ ହୋଇଥିବା ଜଣାପଡିଥିଲା, ପରେ ଦୁଇଜଣକୁ କାବୁ କାରି କାଳିଆହତା ଫାଣ୍ଡିରେ ଜିମା ଦେଇଛନ୍ତି । ତେବେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ମୁରଲୀଧର ଘଟଗାଁ ଥାନା ପିପିଲିଆ ଗାଁର ହୋଇଥିବାବେଳେ, ଅବନୀ ହରିଚନ୍ଦନପୁର ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

Keonjhar
Advertisment
Advertisment