/odishatv-khabar/media/post_attachments/uploadimage/library/16_9/16_9_0/s_1665287567.jpg)
Heavy Rainfall Likely In 19 Districts Of Odisha
ବର୍ଷାରେ ଭିଜିବ ‘କୁମାର ପୂର୍ଣ୍ଣିମା’ ! ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ିର ସହ ବର୍ଷାର ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।
ଏହିସବୁ ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର। ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ନେଇ ଚେତାବନୀ ଜାରି ହୋଇଛି।
ସୂଚନାଥାଉ କି, ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି। ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆଜି ଗଜଲକ୍ଷ୍ନୀ ପୂଜାରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇପାରେ। ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି।
✔️ଆଜି ଠୁ ଉପକୂଳରେ ବଢିବ ବର୍ଷାର ପ୍ରଭାବ, ବଢିବ ବର୍ଷାର ବିସ୍ତୃତି
✔️ଦକ୍ଷିଣ ଉପକୂଳରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଜାରିହୋଇଛି ଚେତାବନୀ
✔️ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶାରେ ରହିବ ବିଜୁଳି ଘଡଘଡିର ସହ ବର୍ଷାର ପ୍ରଭାବ
— Meteorological Centre, Bhubaneswar (@mcbbsr) October 9, 2022
#Warning for Day-1 & Day-2
Day-3 to Day-5: No Warning pic.twitter.com/ksTlpiaJ2o
— Meteorological Centre, Bhubaneswar (@mcbbsr) October 8, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)