Advertisment

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣା: ବଦଳିଲେ CDMO

କେନ୍ଦୁଝର ଶିଶୁ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ସୁଜାତାରାଣୀ ମିଶ୍ରଙ୍କୁ ବଦଳି କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Sujatarani Mishra

Sujatarani Mishra

ବଦଳିଲେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । କେନ୍ଦୁଝର CDMO ସୁଜାତା ରାଣୀ ମିଶ୍ରଙ୍କୁ ନବରଙ୍ଗପୁରକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କେନ୍ଦୁଝରର ନୂଆ CDMO ଭାବେ କିଶୋର ଚନ୍ଦ୍ର ପୃଷ୍ଟି ଦାୟିତ୍ୱ ନେବେ ।

Advertisment

ନିକଟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନରେ ୧୩ ଶିଶୁ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସାରା ରାଜ୍ୟରେ ପ୍ରବଳ ତମ୍ବିତୋଫାନ ସହ ଜିଲ୍ଲା ମୁଖ୍ୟ ମେଡିକାଲର ସ୍ୱାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଥିଲା । ବିଶେଷକରି ଏସ୍ଏନ୍‌ସିୟୁରେ ଡାକ୍ତର ଉପସ୍ଥିତ ନଥିବାରୁ ଦିନକରେ ୬ଜଣ ଶିଶୁଙ୍କ ଜୀବନ ଯାଇଥିବା ଅଭିଯୋଗ ବି ହୋଇଥିଲା ।

ଏଭଳି ସ୍ଥିତି ଭିତରେ ଆଜି କେନ୍ଦୁଝର ସିଡିଏମଓଙ୍କ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ସିଡିଏମଓଙ୍କୁ ଦାୟିତ୍ୱ ମିଳିଛି । ସେପଟେ କେନ୍ଦୁଝର ମେଡିକାଲରେ ଶିଶୁ ମୃତ୍ୟୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜେପି । ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କ ଜରିଆରେ ଶିଶୁମୃତ୍ୟୁ ଘଟଣାର ତଦନ୍ତ କରିବାକୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଦାବି କରିଛନ୍ତି ।

Advertisment

ଶ୍ରୀ ମାଝୀ କହିଛନ୍ତି, ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଅନେକ ଶିଶୁ କୁପୋଷଣର ଶିକାର ହୋଇଥିଲେ ଓ ଏ ନେଇ ଚିଠି ଲେଖି ଜଣାଇଥିଲି। ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ନଥିବାରୁ ଉପଯୁକ୍ତ ଚିକିତ୍ସା ମିଳୁନି। ୮୫୮୩ କୋଟି ଟଙ୍କା ଡିଏମ୍‌ଏଫ୍‌ରେ ଥିଲେ ବି ତାହା ଖର୍ଚ୍ଚ ହେଉନି।

Keonjhar CDMO Sujatarani Mishra Death Of 13 Children
Advertisment
Advertisment