• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ କିଛି ବି କରିପାରେ । ଯେକୌଣସି ପରିସ୍ଥିତିରେ ବି ସଫଳତାର ସ୍ୱାଦକୁ ଚାଖିପାରେ । ଆଉ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦୁଝର ସହର ର ମନୋରଂଜନ ତିୱାରୀ । ସ୍ଥାନୀୟ ଅଂଚଳରେ ଏକ ତେଜରାତୀ ଦୋକାନ କରି ପରିବାର ଚଳାନ୍ତି । ଆଉ ପିଲାଙ୍କୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ ବି କରନ୍ତି । ସେଇଥିପାଇଁ ତ ବାପା କରୁଥିବା ଝାଳ ବୁହା ପରିଶ୍ରମକୁ ବୁଝିପାରିଛି ଝିଅ । ଖାଲି ବୁଝିଛନ୍ତି ତାହା ନୁହେଁ ବରଂ ପରିଶ୍ରମ କରି OAS ପରୀକ୍ଷାରେ ୬ ନମ୍ବର ରାଙ୍କ ରଖି ସଫଳତା ସାଉଁଟିଛନ୍ତି ଝିଅ ଅଭିସ୍ମିତା ତିୱାରୀ । ଆଉ ତାଙ୍କ ସଫଳତା ପରେ ପରିବାରଠୁ ସମ୍ପର୍କୀୟ ସମସ୍ତେ ବେଶ୍‌ ଖୁସି ।

ଅଧିକ ପଢ଼ନ୍ତୁ: ଇଚ୍ଛାଶକ୍ତିର ଅନନ୍ୟ ଉଦାହରଣ : ଗୋଟିଏ ଗୋଡ଼ରେ ସ୍କୁଲ ଯାଉଛି କୁନି ଝିଅ

ଖାଲି ଅଭିସ୍ମିତା କାହିଁକି ? କୋରାପୁଟ ର ଝିଅ ସରଂଜିତା ବି କଠିନ ପରିଶ୍ରମ କରି ଓଡିଆ ପ୍ରଶାସନିକ ପରୀକ୍ଷାକୁ ବେଶ୍‌ ସଫଳତାର ସହ ପାସ୍‌ କରିଛନ୍ତି । ରାଜ୍ୟରେ ୯୦ ରାଙ୍କ ରଖି ସେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବାପା ସାଧାରଣ କର୍ମଚାରୀ ହୋଇଥିବା ବେଳେ ଝିଅ ଆଜି ଓଏଏସ୍‌ ପାଇଛନ୍ତି । ଯାହାକୁ ନେଇ ପୂରା ଅଂଚଳରେ ଖୁସିର ମାହୋଲ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିନା କୋଚିଂରେ ସେ ସଫଳତାର ସ୍ୱାଦ ଚାଖିପାରିଛନ୍ତି ।

ଏପଟେ ଆଠଗଡ଼ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି ଝିଅ ଇପ୍ସିତା ବେହେରା । ଓଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏବେ ପୂରା ପରିବାରରେ ଖୁସିର ମାହୋଲ । ଆଉ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜେ ଚାକିରି କରିବା ସହ ଘରର ପୂରା ଦାୟିତ୍ୱ ସମ୍ଭାଳି ଓଏଏସ୍‌ ପାଇଛନ୍ତି ଇପ୍ସିତା ।

କେବଳ ଏ ତିନିଜଣ ନୁହେଁ ବରଂ କୌଣସି ନାମିଦାମୀ ଇନଷ୍ଟିଚ୍ୟୁଟ୍‌ରେ ପାଠ ନପଢି କେବଳ ଇଂଟରନେଟ୍‌ ବ୍ୟବାହାର କରି ନିଜସ୍ୱ ଉଦ୍ୟମରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି କଟକ ମାହାଙ୍ଗା ବ୍ଲକ୍‌ର ବିଭୁ ପ୍ରସାଦ ସିଂହ । ମାତ୍ର ୨୭ ବର୍ଷ ବୟସରେ ଗାଁରେ ରହି ଦ୍ୱିତୀୟ ଥର ଚେଷ୍ଟାରେ ଓଏଏସ୍‌ ପରୀକ୍ଷାକୁ ବେଶ୍‌ ସଫଳତାର ସହ ପାସ୍‌ କରିଛନ୍ତି । ଚଳିତଥର ୧୫ ନମ୍ବର ରାଙ୍କରେ ପାସ୍‌ ହୋଇ ପୂରା ଅଂଚଳ ପାଇଁ ଗୌରବ ଆଣିଛନ୍ତି । ତେବେ ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।