Advertisment

ଆଦର୍ଶ ସ୍କୁଲର ମଦ୍ୟପ ଗୁରୁ ! ପ୍ରଶ୍ନର ଉତ୍ତର ନଦେବାରୁ ଷ୍ଟିଲ୍‌ ପାଇପ୍‌ରେ ଛାତ୍ରଙ୍କୁ ପିଟି ଚାଲିଲେ

ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲ୍‌ ଆସି ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥାନ୍ତି। ଗତ ମଙ୍ଗଳବାର ଦିନ ନିଶାଶକ୍ତ ଅବସ୍ଥାରେ ନିତ୍ୟାନନ୍ଦ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଛାତ୍ର ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Teacher found drunk on duty in Keonjhar Adarsha Vidyalaya

Teacher found drunk on duty in Keonjhar Adarsha Vidyalaya

ଆଦର୍ଶ ସ୍କୁଲରେ ମଦ୍ୟପ ଅଧ୍ୟକ୍ଷ। ମଦ ନିଶାରେ ଚୁର୍‌ ହୋଇ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କୁ ଅଧ୍ୟକ୍ଷ ଷ୍ଟିଲ୍‌ ପାଇପ୍‌ରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ଏହା ଜଣାପଡ଼ିବା ପରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ପ୍ରଶାସନକୁ ଜଣାଇଥିଲେ ଏହାପରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ବ୍ଲକର ବିଡିଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲ୍‌ ଆସି ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥାନ୍ତି। ଗତ ମଙ୍ଗଳବାର ଦିନ ନିଶାଶକ୍ତ ଅବସ୍ଥାରେ ନିତ୍ୟାନନ୍ଦ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଛାତ୍ର ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। ଫଳରେ ନିଶାରେ ଚୁର୍‌ ଥିବା ନିତ୍ୟାନନ୍ଦ ଏକ ଷ୍ଟିଲ୍‌ ପାଇପ୍‌ ଆଣି ସମ୍ପୃକ୍ତ ଛାତ୍ରଙ୍କୁ ପିଟିଥିଲେ। ଏନେଇ ଛାତ୍ର ଜଣକ ଘରେ ଜଣାଇଥିଲେ। ଘଟଣାର ସତ୍ୟତା ଜାଣିବା ପାଇଁ କିଛି ଅଭିଭାବକ ବିଦ୍ୟାଳୟକୁ ଯାଇଥିଲେ। ଏହି ସମୟରେ ଅଧ୍ୟକ୍ଷ ନିତ୍ୟାନନ୍ଦଙ୍କୁ ନିଶାଶକ୍ତ ଅବସ୍ଥାରେ ଥିବା ଅଭିଭାବକ ଦେଖିବାକୁ ପାଇଥିଲେ। 

ଅଭିଭାବକମାନେ ଏହାର ପ୍ରତିବାଦ କରିବା ସହ ପ୍ରଶାସନକୁ ଜଣାଇଥିଲେ।  ଏହାପରେ ଆନନ୍ଦପୁର ଉପଜିଲ୍ଲାପାଳ ଓ ହାଟଡିହି ବ୍ଲକର ବିଡିଓ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମଦ୍ୟପାନ ନେଇ ନିତ୍ୟାନନ୍ଦ ଉପଜିଲ୍ଲାପାଳ ଆଗରେ ସ୍ୱୀକାର କରିବା ସହ ଛାତ୍ରଙ୍କୁ ଏକ ଷ୍ଟିଲ୍‌ ପାଇପ୍‌ରେ ପିଟିଥିବା କଥା ମଧ୍ୟ ମାନିଥିଲେ। ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ କରିବାକୁ ଅଭିଭାବକମାନେ ଦାବି କରିବା ସହ ସ୍କୁଲ୍‌ରେ ପ୍ରବେଶ ନିମନ୍ତେ ବାରଣ କରିବାକୁ ଦାବି ହୋଇଛି। 

Advertisment

 (ରିପୋର୍ଟ- ମୁନା ସିଂ, ଆନନ୍ଦପୁର)

Adarsha Vidyalaya Teacher Beats Student
Advertisment
Advertisment