Advertisment

ଲଜ୍‌ରେ ରେଡ୍‌ କରି ନକଲି ପୋଲିସ୍‌କୁ ଧରିଲା ଅସଲି ପୋଲିସ୍‌

ଚାକିରି ଦେବା ନାଁରେ ଠକୁଥିବା ଜଣେ ନକଲି ପୋଲିସ୍‌ ଅଫିସର୍‌ଙ୍କୁ ପୋଲିସ୍‌ ଗିରଫ କରିଛି। ପୋଲିସ୍‌ ବିଭାଗରେ ଚାକିରି ଦେବାର ଲୋଭ ଦେଖାଇ ସୁଜିତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fake OFS Officer Arrested

Man arrested for posing as police personnel in Keonjhar

ନକଲି ପୋଲିସ୍‌କୁ ଧରିଲା ଅସଲି ପୋଲିସ୍‌। ଚାକିରି ଦେବା ନାଁରେ ଠକୁଥିବା ଜଣେ ନକଲି ପୋଲିସ୍‌ ଅଫିସର୍‌ଙ୍କୁ କେନ୍ଦୁଝର ଘଟଗାଁ ପୋଲିସ୍‌ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ-  ଯାଜପୁର ଜିଲ୍ଲା ସୁଜନପୁରର ସୁଜିତ ପଢ଼ିଆରୀ। ନିଜକୁ ଡିଆଇଜି ପରିଚୟ ଦେଇ ସେ ବେକାର ଯୁବକଯୁବତୀଙ୍କୁ ଠକୁଥିଲେ। ଏହାସହ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ନେଉଥିଲେ। 

Advertisment

ସୂଚନା ଅନୁସାରେ, ପୋଲିସ୍‌ ବିଭାଗରେ ଚାକିରି ଦେବାର ଲୋଭ ଦେଖାଇ ସୁଜିତ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ର କିଛି ଯୁବକଙ୍କଠାରୁ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ଘଟଗାଁ ପୋଲିସ୍‌ ତଦନ୍ତ ଚଳାଇଥିଲା। 

ଘଟଗାଁ ଅଞ୍ଚଳରେ ସୁଜିତ ଏକ ଲଜ୍‌ରେ ରହିଥିବା ସମୟରେ ପୋଲିସ୍‌ ଟିମ୍‌ ରେଡ୍‌ କରିଥିଲା ଓ ତାଙ୍କୁ ଧରିଥିଲା। ତାଙ୍କ ଠାରୁ ପୋଲିସ୍‌ ପୋଷାକ, ମୋବାଇଲ ଫୋନ, ନକଲି ସୁନା ଚେନ୍ ଓ ମୁଦି ସହ ୧୨ ହଜାର ଟଙ୍କା ଜବତ ହୋଇଛି।

Advertisment

ନିଜକୁ IPS ସ୍ତରର ପୋଲିସ୍‌ ଅଫିସର କହୁଥିବା ସୁଜିତଙ୍କ ଯୁନିଫର୍ମରେ ଓଏଫ୍‌ଏସ୍‌ ଲେଖା ଯାଇଥିବା କାରଣରୁ ସେ ସନ୍ଦେହ ଘେରକୁ ଆସିଥିଲେ। ଏହାପରେ ସେ ଫସି ଯାଇଥିଲେ। 

(ରିପୋର୍ଟ- ପ୍ରଣୟ ପାଣି, କେନ୍ଦୁଝର)

Fake Police
Advertisment
Advertisment