Advertisment

ବିଶ୍ୱର ସର୍ବବୃହତ ରଥର ହୁଏ ନାହିଁ ଦକ୍ଷିଣ ମୋଡ଼, ହେଲେ କାହିଁକି ?

ଜାଣନ୍ତୁ କେଉଁ ରଥରେ ହୁଏ ନାହିଁ ଦକ୍ଷିଣ ମୋଡ଼...

author-image
Otv Khabar Bureau
ଅଦ୍ୟତନ ହୋଇଛି
 Dakshina Moda Rituals Of Three Chariots

Dakshina Moda Rituals Of Three Chariots

ଏମିତି ଏକ ରଥ ଯାହାର ହୁଏନି ଦକ୍ଷିଣ ମୋଡ। ଗୁଣ୍ଡିଚାରେ ଏଇ ରଥ ରେ ବସି ତିନିଠାକୁର ମାଉସୀ ଘରକୁ ଯାଆନ୍ତି ଆଉ ରଥରେ ଶ୍ରୀମନ୍ଦିରକୁ ବି ବାହୁଡ଼ି ଆସନ୍ତି। କେବଳ ପୁରୀ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ହେରାପଞ୍ଚମୀ ପରଦିନ ରଥର ଦକ୍ଷିଣ ମୋଡ ହୁଏ। ହେଲେ କେନ୍ଦୁଝର ଏମିତି ଏକ ସ୍ଥାନ ଯେଉଁଠି ରଥର ଦକ୍ଷିଣ ମୋଡ ହୁଏ ନାହିଁ ବରଂ କେବଳ ସିଂହାସନକୁ ବଦଳା ଯାଇଥାଏ।

Advertisment

୭୦ ଫୁଟରୁ ଅଧିକ ଉଚ୍ଚର ରଥ, ତେଣୁ ଦକ୍ଷିଣ ମୋଡ କରିବା ସମ୍ଭବ ନୁହେଁ କି ପୂର୍ବରୁ କେବେ ଏହାର ଦକ୍ଷିଣ ମୋଡ ବି ହୋଇନି। କେବଳ ବଡ଼ଦାଣ୍ଡରେ ଛିଡା ହୋଇଥିବା ଏଇ ରଥର ଦିଅଁଙ୍କ ପାଇଁ ନିର୍ମାଣ ହୋଇଥିବା ସିଂହାସନର ଦିଗ ବଦଳାଯାଇଥାଏ। ମୋଟ୍‌ ଉପରେ ଏଇ ରଥ ଉପରେ ଥିବା ଆସ୍ଥାନାକୁ ଉତ୍ତର ମୋଡ କରାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କେନ୍ଦୁଝରରେ ଗଡ଼ୁଥିବା ଏଇ ରଥ ଶ୍ରୀଗୁଣ୍ଡିଚା ଦିନ ଉତ୍ତରରୁ ଦକ୍ଷିଣକୁ ଯାଉଥିବା ବେଳେ ରଥ ବାହୁଡାରେ ଦକ୍ଷିଣରୁ ଉତ୍ତରକୁ ଆସେ। ତେଣୁ ଏଠାରେ ଦକ୍ଷିଣ ମୋଡ ନ ହୋଇ କେବଳ ଆସ୍ଥାନ ଉତ୍ତର ମୋଡ ହୋଇଥାଏ ।

ଅନ୍ୟପକ୍ଷେ, ଆସନ୍ତାକାଲି ସନ୍ଧ୍ୟା ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ହୋଇଥିବାବେଳେ ଶନିବାର ଦିନ ବାହୁଡ଼ା ଯାତ୍ରା ଅନୁଷ୍ଠିତ । ବାହୁଡ଼ା ଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତି ସରିବା ପରେ ମଙ୍ଗଳାର୍ପଣ ହେବ..ପରେ ପରେ ବାଟପହଣ୍ଡି ହୋଇ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ। ଏଠାରେ ଶ୍ରୀଜିଉଙ୍କ ଶୂନ୍ୟ ପହଣ୍ଡି ହେଉଥିବାରୁ ଚକାଭିଡା ଏଠାରେ ମୁଖ୍ୟ ନୀତି। ଚକାଭିଡ଼ା ପରେ କେନ୍ଦୁଝରର ରାଜା ପୁଷ୍ପାଞ୍ଜଳି ଦେବା ପରେ ରଥାରୁଢ ହେବେ ଶ୍ରୀଜିଉ। ତେବେ କେନ୍ଦୁଝର ରଥଯାତ୍ରାକୁ ନେଇ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି କରିଥିବା ଜଣାପଡ଼ିଛି...

Advertisment

କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ

Chariots Dakshina Moda Rituals
Advertisment
Advertisment