/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661275131.jpg)
Keonjhar Medical College
କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୨୦୨୨-୨୩ ଶିକ୍ଷାବର୍ଷରୁ ନାମଲେଖା ହେବ । ଶହେ ସିଟ୍ରେ ନାମଲେଖା ପାଇଁ ଅନୁମତି ମିଳିଛି । ନ୍ୟାସନାଲ ମେଡିକାଲ କମିଶନର ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ, MARB ଅଣ୍ଡର ଗ୍ରାଜୁଏଟ ବିଭାଗରୁ ଅନୁମତି ପତ୍ର ମିଳିଛି । ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ।
ବହୁ ପ୍ରତୀକ୍ଷିତ କେନ୍ଦୁଝର ସରକାରୀ ମେଡିକାଲ କଲେଜ କାମ ଦ୍ରୁତ ଗତିରେ ଚାଲିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ନାମଲେଖା ପାଇଁ ଅନୁମତି ମିଳିବା ଯୋଗୁଁ ସାରା ଜିଲ୍ଲାବାସୀ ବହୁତ ଖୁସି । କେନ୍ଦୁଝର ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଏହି ମେଡିକାଲ କଲେଜ ନିର୍ମିତ ହେଉଛି ।
District Administration Keonjhar is proud to inform that National Medical Commission has approved 100 MBBS seats for Govt Medical College and Hostel under MSCBD University Baripada. 1/2 @CMO_Odisha@IPR_Odisha@HFWOdisha
#Odishacarespic.twitter.com/dNnY5T1mSg— District Administration,Keonjhar (@DistAdmKeonjhar) August 23, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)