Advertisment

ରଥଯାତ୍ରାରେ ବିଶ୍ୱର ବଡ଼ ରଥ ଗଡ଼ିବା ନେଇ ସନ୍ଦେହ

ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି।

author-image
Rajalaxmi Sahoo
Shortage of wood affects tallest chariot preparation

Shortage of wood affects tallest chariot preparation

ଚଳିତବର୍ଷ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଥିବା କେନ୍ଦୁଝର ରଥ ଗଡିବା ନେଇ ସନ୍ଦେହ ଉପୁଜିଛି। ରଥ କାଠର ଅଭାବ ନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଆବଶ୍ୟକ ସଂଖ୍ୟକ ରଥ କାଠ ପହଞ୍ଚି ନଥିବା ସୂଚନା ମିଳିଛି। ଅନ୍ୟପକ୍ଷେ, ରଥ କାଠର ଅଭାବ ନେଇ କେନ୍ଦୁଝର ବଡଦାଣ୍ଡ ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment

ସୂଚନାଥାଉ କି, ଗିନିଜ୍ ବୁକ୍ ଅଫ୍ ଓ୍ୱାଲର୍ଡ ରେକର୍ଡରେ ବିଶ୍ୱର ବଡ଼ ରଥ ଭାବେ କେନ୍ଦୁଝର ଜିଲ୍ଲାର ପ୍ରଭୁ ବଳଦେବଙ୍କ ରଥ ସ୍ଥାନ ପାଇଛି। କିଛି ମାସ ପୂର୍ବେ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ୍‌ ରେକର୍ଡରେ ଏହି ରଥକୁ ସ୍ଥାନ ମିଳିଛି।  ଏହି ରଥର ଉଚ୍ଚତା ୭୨ ଫୁଟ ଥିବାବେଳେ ଓସାର ୪୫ ଫୁଟ। ତେବେ ଦିନ କେଇଟା ପରେ ରଥଯାତ୍ରା ଅନୁଷ୍ଠିତ ହେବ। 

ଗତ ୨ ବର୍ଷ ହେଲା ଏଠାରେ ରଥ ଯାତ୍ରା ହୋଇନି। ଚଳିତ ବର୍ଷ କରୋନା ପ୍ରକୋପ କମ ଥିବାରୁ ରଥଯାତ୍ରା ହେବା ସମ୍ଭାବନା ରହିଛି। ଏଥିପାଇଁ ଅକ୍ଷୟ ତୃତୀୟାରୁ ରଥ କାଠ ଅନୁକୂଳ ହୋଇ ମରାମତି କାର୍ଯ୍ୟ ଚାଲିଛି।  ହେଲେ ରଥ ନିର୍ମାଣ ପାଇଁ ଯେତିକି କାଠ ଦରକାର ତାହା ଏପର୍ଯ୍ୟନ୍ତ ମିଳି ନାହିଁ। ଏଠାରେ ପ୍ରତିବର୍ଷ ନୂଆ ରଥ ନିର୍ମାଣ ହେଉ ନଥିଲେ ବି ମରାମତିରେ କାମ ଚଳିଯାଏ। ହେଲେ ମରାମତି ଲାଗି ଆବଶ୍ୟକ ସଂଖ୍ୟକ କାଠ ଏପର୍ଯ୍ୟନ୍ତ ମିଳିନଥିବା ଜଣାପଡ଼ିଛି।  କାଠ ଯୋଗାଇ ଦେବା ଲାଗି ରଥ ନିର୍ମାଣର ମୁଖ୍ୟ ମହାରଣା ଦେବୋତ୍ତର ବିଭାଗକୁ ଚିଠି ଲେଖି ଜଣାଇଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ସମୟ ପୂର୍ବରୁ କାଠ ଯୋଗାଇ ନଦେଲେ ରଥକାମ ସମ୍ପୂର୍ଣ୍ଣ ହେବା ଅସମ୍ଭବ। ତେଣୁ ରଥ ଗଡିବା ନେଇ ସନ୍ଦେହ ଉପୁଜିଛି।   

Advertisment

ଅନ୍ୟପକ୍ଷେ, ଆବଶ୍ୟକ ସଂଖ୍ୟକ କାଠ ମିଳି ନଥିବାରୁ ମରାମତି କାମରେ ବିଳମ୍ବ ହେଉଥିବା କେନ୍ଦୁଝର ବଡଦାଣ୍ଡର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି। ଅଖ, ତୁମ୍ବ, ଚକ ପଟି ଆଦି କାମ ପାଇଁ କାଠର ଆବଶ୍ୟକତା ରହିଛି। ହେଲେ କାହିଁକି କାଠ ଆସିବାର ବିଳମ୍ବ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Rath Yatra Guinness World Records
Advertisment
Advertisment