/odishatv-khabar/media/post_attachments/uploadimage/library/16_9/16_9_0/s_1693301424.jpg)
Tribal Woman Questions During Public Hearing In Kendrapara
ବାବୁ ଆମ ଗାଁକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ? ବାରମ୍ବାର କଥା ଦେଉଛ, କେବେ ପୂରଣ କରିବ ? ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଏଭଳି ପ୍ରଶ୍ନ କରିଛନ୍ତି ଜଣେ ଅନୁସୂଚିତ ଜନଜାତି ବୃଦ୍ଧା।
କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ସଭାଗୃହରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାକାଳପଡ଼ା ବ୍ଳକ୍ ପେଟଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁର ଦୁଃଖୀ ଭକ୍ତା ନିଜ ଗାଁର ସମସ୍ୟା ପ୍ରଶାସନ ଅଧିକାରୀଙ୍କ ସାମ୍ନାରେ ବଖାଣିଥିଲେ।
ଜନଜାତି ବର୍ଗର ଏହି ଗାଁରେ ସ୍ୱାଧୀନତାର ୭୭ ବର୍ଷ ପରେ ବି ପକ୍କା ରାସ୍ତାଟିଏ ନାହିଁ। ବର୍ଷାଦିନ ଆସିଲେ ଲୁଗା ଦୋଳିରେ ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ବୋହି ନେବାକୁ ପଡ଼େ ବୋଲି ଅଭିଯୋଗ କରିଛନ୍ତି ଦୁଃଖୀ।
କେବଳ ଅଭିଯୋଗ କରିନାହାନ୍ତି ବରଂ ପ୍ରଶ୍ନ କରିଛନ୍ତି କେବେ ସମସ୍ୟା ଦୂର ହେବ ଏବଂ କେବେ ନେତା ତାଙ୍କର ପ୍ରତିଶ୍ରୁତି ପୂରଣ କରିବେ। ବୃଦ୍ଧାଙ୍କର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ୨୪ ଘଣ୍ଟାରେ ଗାଁ ପରିଦର୍ଶନ କରି ରାସ୍ତା ବ୍ୟବସ୍ଥା କରାଯିବ ବୋଲି ବୃଦ୍ଧାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)