/odishatv-khabar/media/post_attachments/uploadimage/library/16_9/16_9_0/s_1694855439.jpg)
OTV Impact
ଓଟିଭିରେ ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ମିଳିଲା ସହାୟତା। ଦୀର୍ଘଦିନ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ଥିବା ଗଣେଶ ଧଳ ଏବେ ସୁସ୍ଥ ହେବାର ଆଶା ଉଜାଗର ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ଗାଁର ଯୁବକ ଗଣେଶ ଧଳ । ଯେ, କି ଆଜକୁ ୭ବର୍ଷ ହେବ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗଣେଶ ପରିବାରର ଏକମାତ୍ର ରୋଜଗାର କ୍ଷମବ୍ୟକ୍ତି ଥିଲେ ।ହେଲେ ଦାଉ ସାଧିଲା ଭାଗ୍ୟ । ଦୀର୍ଘ ୭ବର୍ଷ ହେବ ଗଣେଶ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିରହିଛନ୍ତି । ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ପତିବନ୍ଧକ । ବର୍ତ୍ତମାନ ତାଙ୍କର ଦୁଇଟି ଯାକ କିଡ୍ନୀ ଅଚଳ ହୋଇଯାଇଛି । କିଡ୍ନୀ ପତିରୋପଣ ପାଇଁ ୧୦ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ଗଣେଶ ପରିବାର ପକ୍ଷେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇପଡିଥିଲା। ନିକଟରେ ତାଙ୍କ କୁନି ଝିଅର ଗୋଟିଏ ଭିଡିଓ ଭାଇରାଲ ହେଲା। ଯେଉଁଥିରେ କାନ୍ଦୁଥିଲା କୁନି ଝିଅ ଆଉ କହିଥିଲା ନିଜ ପରିବାରର ଦୁସ୍ଥିତିର କଥା।
ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ଓଟିଭିରେ ଖବର ପ୍ରସାରଣ ହେବା ପରେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ଼୍ର ସଭାପତି ପ୍ରମୋଦ ସାହୁ ଗଣେଶଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଭେଟି ଥିଲେ। ଏହାସହ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।
ଯଦି ଆପଣ ଜଣେଶଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଥା’ନ୍ତି । ତେବେ ଆପଣ ବି ସହଯୋଗର ହାତ ବଢ଼ାଇପାରିବେ । ଗଣେଶ ଧଳଙ୍କ ଠିକଣା ହେଉଛି:- ଗ୍ରାମ- ବଡ଼ଆଙ୍କୋ, ପୋଷ୍ଟ-ବାଳକାଟି, ଭାୟା-ଆଳି, ଜିଲ୍ଲା-କେନ୍ଦ୍ରାପଡା, ପିନ୍-୭୫୪୨୧୯, ଫୋନ-୬୨୮୨୧୫୨୮୨୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)