• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପା ଠିକ ସେ ଖାଇପାରୁନାହାନ୍ତି । ଯାହାବି ଖାଉଛନ୍ତି ସବୁବେଳେ ବାନ୍ତି କରିଦେଉଛନ୍ତି । ମୋ ବାପାଙ୍କ ଦେହ ଭଲନାହିଁ । ଏତେ ପଇସା କେଉଁଠୁ ଆସିବ । ଜଗନ୍ନାଥ ତୁମକୁ ଭଲ କରିଦେବେ ବାପା । କୋହଭରା କଣ୍ଠରେ କାନ୍ଦି କାନ୍ଦି ଏମିତି କିଛି କହୁଛି କୁନିଝିଅ । ଯେ କେହିବି ତା’ର ଲୁହ ଭିଜା ଆଖି ଓ କୋହ ଭରା କଣ୍ଠକୁ ଶୁଣିବ ନିଶ୍ଚୟ ତାଙ୍କ ହୃଦୟ ଚହଲିଯିବ । ସେ ଛୋଟ ପିଲାଟିଏ ହେଲେ ମଧ୍ୟ ଜାଣି ପାରୁଛି ତା’ ବାପାଙ୍କ ଦେହ ଜମାରୁ ଭଲନାହିଁ । କେମିତି ଅବା ନଜାଣିପାରିବ । ସବୁବେଳେ ବାପା ବିଛଣାରେ ପଡିରହୁଛନ୍ତି । ଯେଉଁ ବାପା ତାକୁ ଉଠାଇନେଉଥିଲେ । କୋଳରେ ବସାଇ ଗେଲ କେରୁଥିଲେ ସେ ଆଜି ପାଲଟିଯାଇଛନ୍ତି ଶଯ୍ୟାସାୟୀ ।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବଡ଼ଆଙ୍କୋ ଗାଁର ଯୁବକ ଗଣେଶ ଧଳ । ଯେ, କି ଆଜକୁ ୭ବର୍ଷ ହେବ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗଣେଶ ପରିବାରର ଏକମାତ୍ର ରୋଜଗାର କ୍ଷମବ୍ୟକ୍ତି ଥିଲେ । ଯାହା କିଛି ମୂଲଲାଗି ଆଣୁଥିଲେ ସେଥିରେ ବେଶ ହସଖୁସିରେ ଚାଳିଯାଉ ଥିଲା ପୂରା ପରିବାର । ହେଲେ ଦାଉ ସାଧିଲା ଭାଗ୍ୟ । ଦୀର୍ଘ ୭ବର୍ଷ ହେବ ଗଣେଶ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡିରହିଛନ୍ତି । ଏବେ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ପତିବନ୍ଧକ । ଯାହାକି ଜଣେ ଗରିବ ପରିବାର ପାଇଁ ପାଲଟିଛି ସାତ ସପନ ।

ଗୋଟିଏ ପଟେ ପରିବାରର ବୋଝ ତ ଅନ୍ୟ ପଟେ ନିଜର ଚିକିତ୍ସା ଖର୍ଚ୍ଚ । ଏହାରି ଭିତରେ ପେଷି ହେଉଛନ୍ତି ଗଣେଶ । ୨୦୧୩ ମସିହାରେ ଗଣେଶ ବିବାହ କରିଥିଲେ । ବାହାଘରର ଠିକ ଦୁଇବର୍ଷ ପରେ ଗଣେଶଙ୍କ ପାଦ ଫୁଲିବା ଆରମ୍ଭ ହୋଇଥିଲା । ପରେ ଡାକ୍ତଙ୍କୁ ଦେଖାଇବାରୁ ସେ କିଡନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ନିଜର ଚିକିତ୍ସା ପାଇଁ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଗଣେଶ ।

ହେଲେ ଅର୍ଥା ଅଭାବରୁ ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ହୋଇପାରୁନାହିଁ । ବର୍ତ୍ତମାନ ତାଙ୍କର ଦୁଇଟି ଯାକ କିଡ୍‌ନୀ ଅଚଳ ହୋଇଯାଇଛି । କିଡ୍‌ନୀ ପତିରୋପଣ ପାଇଁ ୧୦ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ଗଣେଶ ପରିବାର ପକ୍ଷେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇପଡିଛି । ଅନ୍ୟପଟେ ଗଣେଶଙ୍କ ଚିକିତ୍ସା ପାଇଁ ଆର୍ଥିକ ସହଯୋଗ ଲୋଡିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ ।

ଯଦି ଆପଣ ଜଣେଶଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ଚାହୁଁଥା’ନ୍ତି । ତେବେ ଆପଣ ବି ସହଯୋଗର ହାତ ବଢ଼ାଇପାରିବେ । ଗଣେଶ ଧଳଙ୍କ ଠିକଣା ହେଉଛି:- ଗ୍ରାମ- ବଡ଼ଆଙ୍କୋ, ପୋଷ୍ଟ-ବାଳକାଟି, ଭାୟା-ଆଳି, ଜିଲ୍ଲା-କେନ୍ଦ୍ରାପଡା, ପିନ୍-୭୫୪୨୧୯, ଫୋନ-୬୨୮୨୧୫୨୮୨୬

  • Reported by:
  • Banamali Sahoo