/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693280440.jpg)
Elderly woman sends rakhi made out of waste materials to PM Modi in Kendrapara
ଅଳିଆ ଆବର୍ଜନାରୁ ଜରି ସାଉଁଟି ସ୍ୱଚ୍ଛ ଭାରତ ପାଇଁ ଉଦାହରଣ ପାଲଟିଥିବା କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରକ୍ଷାବନ୍ଧନର ଯଥେଷ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ନିଜ ହାତ ତିଆରି ରାକ୍ଷୀ ପଠାଇ ସାରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କମଳା ମାଉସୀ।
Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ର ୨୫ ତମ ସଂସ୍କରଣରେ କମଳା ମାଉସୀଙ୍କ ଏଇ ନିଆରା ଜରି କାମକୁ ବେଶ୍ ପ୍ରଶଂସା କରିଥିଲେ। ଏପରିକି କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ।
ସେବେଠୁ ସବୁଆଡେ ପ୍ରଶଂସାର ପାତ୍ର ହୋଇଥିଲେ କମଳା ମାଉସୀ। ଆସନ୍ତାକାଲି ପବିତ୍ର ରକ୍ଷା ବନ୍ଧନ ହୋଇଥିବାରୁ ନିଜ ଭାଇଙ୍କ ପାଇଁ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରି ପଠାଇଛନ୍ତି କମଳା ମାଉସୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)