/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693461325.jpg)
Crocodile attack
ମାତିଲା ମଣିଷଖିଆ କୁମ୍ଭୀର । ନଦୀ କୂଳରେ ଛପିଥିଲା... ଆଉ ବ୍ରାହ୍ମଣୀ କୂଳରେ ମଇଁଷି ଚରାଉ ଥିବାବେଳେ ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଲା । ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ରାଜନଗର ବ୍ଲକ ରାଜପୁର ଗାଁର ବୋଲି ସୂଚନା ମିଳିଛି ।
ମଇଁଷି ଚରାଳି ଜଣଙ୍କ ହେଲେ ଭାସ୍କର ରାଉତ । ତାଙ୍କ ବୟସ ୫୦ ବର୍ଷ । ଆଜି ସକାଳେ ଭାସ୍କର ମଇଁଷି ଚରାଇବା ପାଇଁ ଯାଇ ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା । ପ୍ରତ୍ୟେକ୍ଷଦର୍ଶୀ ତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ । ହେଲେ ସେତେବେଳକୁ କୁମ୍ଭୀରଟି ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା। ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।
ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ପହଞ୍ଚି ଭାସ୍କରଙ୍କୁ ଖୋଜାଖୋଜି କରୁଛି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଗତକାଲି ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଏକ ବିରାଟକାୟ ବଉଳା କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ରାତିରେ କୁମ୍ଭୀରଟି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ପିଲାମାନେ ପାଟି ଶୁଣି କୁମ୍ଭୀରଟି ଏକ କେନାଲ ଭିତରକୁ ପଳାଇଥିଲା ।
ଗତ କିଛିଦିନ ହେବ ରାଜନଗର ଅଞ୍ଚଳରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଦୁଇମାସ ଭିତରେ ୫ ଜଣଙ୍କୁ କୁମ୍ଭୀର ମାରିଦେଇଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)