/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694178043.jpg)
Unknown Bank Transaction
କେନ୍ଦ୍ରାପଡ଼ା ଆଳିରେ ରହସ୍ୟମୟ ଘଟଣା । ଆଜିକୁ ୨ ଦିନ ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼ । ହେଲେ ଏତେ ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ପଠାଉଛି ? ୨୪ ଘଣ୍ଟା ପରେ ବି ଜାଣିପାରୁନାହାଁନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ।
Advertisment
ମିଳିଥିବା ସୂଚନା ଅନୁଯାୟୀ, ବାଟିପଡ଼ା ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଅଛନ୍ତି ୨୬ ହଜାରରୁ ଅଧିକ ଉପଭୋକ୍ତା । ତା ମଧ୍ୟରୁ ପ୍ରାୟ ୫୦ ଜଣଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହୋଇଛି । କିଛି ବ୍ୟକ୍ତିଙ୍କ ପାଖକୁ ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଦର୍ଶାଇ ଟଙ୍କା ଡିପୋଜିଟ୍ ହୋଇଛି। ହେଲେ ରୋଚକ କଥା ହେଉଛି, ସେହି ପରିବାରରେ କେହି ମାଟ୍ରିକ୍ ଛାତ୍ରଛାତ୍ରୀ ହିଁ ନାହାଁନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)