/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695228763.jpg)
Odisha Govt Doctor
ଡାକ୍ତର ହେବ ତ ଏମିତି । ଆମ୍ବୁଲାନ୍ସରୁ ରୋଗୀଙ୍କୁ ସିଧା ଟେକି ନେଲେ, ଜରୁରୀକାଳୀନ ବିଭାଗରେ ନେଇ ଚିକିତ୍ସା କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କେନ୍ଦ୍ରାପଡା ରାଜନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଯୁବ ଡାକ୍ତର ଗୌରାଙ୍ଗ ଘଡେଇ ଜଣେ ବିଷ ଖାଇଥିବା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରୁ ବେଡକୁ ଟେକି ନେଇ ଶୁଆଇ ଦେଇଥିଲେ ଆଉ ଚିକିତ୍ସା କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରାଜନଗର ବ୍ଲକ କୋଇଲିପୁର ପଚାଂୟତ କାଙ୍କଦିଆ ଗାଁର ମାଗୁଣୀ ଜେନା କୌଣସି କାରଣରୁ ବିଷ ପିଇ ଗୁରୁତର ହୋଇପଡିଥିଲେ । ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ସାଙ୍ଗରେ ଥିବା ମହିଳାମାନେ ମାଗୁଣୀଙ୍କୁ ମେଡିକାଲ ଭିତରକୁ ନେବା କଷ୍ଟକର ଥିଲା । ତେଣୁ ଡାକ୍ତର ଡେରି ନକରି ତୁରନ୍ତ ମାଗୁଣୀଙ୍କୁ ନିଜେ ଟେକି ନେଇଥିଲେ ।
ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରପଡା ମେଡିକାଲକୁ ତାଙ୍କୁ ରେଫର କରାଯାଇଥିବା ଜଣାପଡିଛି । ତେବେ ଯୁବ ଡାକ୍ତରଙ୍କ ଏହି ମହାନତାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ସାଧାରଣରେ ତାଙ୍କୁ ପ୍ରଶଂସା କରାଯାଇଛି । ଆଉ ଲୋକେ କହୁଛନ୍ତି ଏମିତି ଡାକ୍ତର ଥିଲେ ରୋଗୀଙ୍କୁ ପାଇଁ କିଛି ଅସୁବିଧା ହେବନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)