• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କଳିଯୁଗର କୁଳାଙ୍ଗାର ପୁଅ । ରୋକଠୋକ୍‌ କହୁଛି...ମୁଁ କିଛି କରିପାରିବିନି । ଯଦି ପାରୁଛ ବୁଢୀକୁ ନେଇ ବୃଦ୍ଧାଶ୍ରମରେ ଛାଡିଦିଅ । ମୁଁ କିଛି କରିପାରିବି ନାହିଁ । ହଠାତ୍‌ ପୁଅ ଜଣକ କାହିଁକି ଏମିତି କହିଲେ ସେନେଇ କିଛି ବୁଝାପଡୁନଥିବ । ହେଲେ ମାଆର ଅବସ୍ଥା ଦେଖିଲେ ଆପଣ ବି କହିବେ ଏମିତି କୁଳାଙ୍ଗାର ପୁଅ ଇଶ୍ୱର କାହାକୁ ନ ଦିଅନ୍ତୁ ।

ଆଖିରୁ ବୋହିଯାଉଛି ବେଦନାର ଲୁହ । ଯନ୍ତ୍ରଣା ଏତେ ଯେ କାହାକୁ ଦେଖି ଦେଲେ କୋହ ସମ୍ଭାଳି ପାରୁନାହାନ୍ତି । ସେଇଥି ଲାଗି ତ ଆଖିରୁ ଅହରହ ଝରାଉଛନ୍ତି ଲୁହ । ଚମ ଧୁଡୁଧୁଡୁ ହେଲାଣି...ଅଣ୍ଟା ମୋଡି ହୋଇଗଲାଣି । ବିନା ସାହାରାରେ ପାଦେ ଚାଲିବା ବି କଷ୍ଟ । ହେଲେ ଏମିତି ସମୟରେ ବୟସର ଅପରାହ୍ନରେ ଏକା ଏକା ବଂଚିବାକୁ ସେ ବାଧ୍ୟ ହେଉଛନ୍ତି । ସେବା ଯତ୍ନ ସତେ ଯେମିତି ତାଙ୍କ ଭାଗ୍ୟରେ ନାହିଁ ।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ଗାଁର ସରସ୍ୱତୀ ରାଉତ । ସ୍ୱାମୀ ଥିବା ବେଳେ...ଅଣ୍ଟାରେ ବଳ ଥିବା ସମୟରେ ବେଶ୍‌ ହସଖୁସିରେ ସଂସାର ଚଳୁଥିଲା । ବୁଢା ବାପା-ମାଆ ଭାବିଥିଲେ ଶେଷ ସମୟରେ ପୁଅ-ବୋହୂଙ୍କ ସେବା ପାଇବେ, ଆନନ୍ଦରେ ଆଖି ବୁଜିବେ । ହେଲେ ସବୁ ଆଶା ଆଶାରେ ରହିଗଲା । ସବୁ ସ୍ପପ୍ନ ସ୍ୱପ୍ନରେ ହିଁ ରହିଗଲା । ସେବା ତ ଦୂରର କଥା ବୁଢୀ ମାଆ ମୁହଁରେ ଗଣ୍ଡେ ଖାଇବାକୁ ଦେବାକୁ ବି ପୁଅ ସକ୍ଷମ ନୁହେଁ । ସେଇଥି ଲାଗି ତ କାନ୍ଦି କାନ୍ଦି ଦିନ କାଟୁଛନ୍ତି ସରସ୍ୱତୀ । ଜାଣିଆଶ୍ଚର୍ଯ୍ୟ ହେବେ କି କୋଠା ଘରେ ପୁଅ ନିଜର ସବୁ ଜିନିଷ ପୂରାଇ ଚାବି ଦେଇ ପିଲା ଛୁଆଙ୍କୁ ନେଇ ଜମ୍ମୁରେ ରହୁଛି । ଆଉ ଗାଁରେ କାନ୍ଦିକାନ୍ଦି ଦିନ କାଟୁଛି ବୁଢୀ ମାଆ ।

ସମୟ ସୁଅରେ ଆଜି ଯିଏ ଯୁବକ ସିଏ କାଲି ହେବ ବୃଦ୍ଧ । କିନ୍ତୁ ବର୍ତମାନ ସମୟରେ ଆମେ ଭବିଷତ୍ୟ କଥା ଭୁଲି ଯାଉଛନ୍ତି । ବୃଦ୍ଧ ବାପା-ମାଆଙ୍କୁ ପଚାରୁନାହାନ୍ତି । ଯେଉଁଥି ଲାଗି ଏମିତି କାନ୍ଦି କାନ୍ଦି ଦିନ କାଟୁଛନ୍ତି ବୁଢୀ ବାପା-ମାଆ । ଯିଏ ଆଶାର ବାଡି ସାଜିଥାଆନ୍ତା ସିଏ ଯେବେ ସ୍ୱାର୍ଥପର ହେବ ସେବେ ବାପା-ମାଆ କରିବେ ବା କଣ?

 

  • Reported by:
  • PRABIR KUMAR NAYAK