Advertisment

'କାଳିଆ' ଖୋଲିଦେଲା ପୋଲ୍ ! ଦିନକୁ ଦିନ ହିତାଧିକାରୀ ତାଲିକାରୁ ବାଦ ପଡ଼ୁଛି ଚାଷୀ

କମି କମି ଏବେ ୪୪ ଲକ୍ଷରେ ସୀମିତ ଚାଷୀଙ୍କ ସଂଖ୍ୟା । ଯୋଜନାରୁ ୯ ଲକ୍ଷ ଚାଷୀ ବାଦ୍ ପଡ଼ିବାକୁ ନେଇ ପ୍ରଶ୍ନ ।

author-image
Satyendu Shekher Mishra
undefined

Kalia Scheme

ସରକାରଙ୍କ କଥା ଗୋଟେ, କାମ ଆଉ ଗୋଟେ। କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ, ହେଲେ ସହାୟତା ପାଉଛନ୍ତି ମାତ୍ର ୪୪ ଲକ୍ଷ ହିତାଧିକାରୀ। 

Advertisment

୨୦୧୯ରେ ପଞ୍ଚମ ଥର ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ବଜେଟ୍ ପ୍ରତିକ୍ରିୟାରେ କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ । ହେଲେ ବାଣ୍ଟିଲେ ୫୧ ଲକ୍ଷ ଚାଷୀଙ୍କୁ। ଆଉ ନଜର ପକାନ୍ତୁ ୨୦୨୦-୨୧ର ବିଜ୍ଞାପନ ଉପରେ। ୫୩ ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ବାଣ୍ଟିଥିଲେ ସରକାର।

୩ ବର୍ଷ ପରେ ଏବେର ବିଜ୍ଞାପନ ଦେଖିଲେ ଜଣାପଡ଼ୁଛି, ଚଳିତ ବର୍ଷ ନୂଆଖାଇରେ ମାତ୍ର ୪୪ ଲକ୍ଷ କୃଷକଙ୍କୁ କାଳିଆ ସହାୟତା ବାଣ୍ଟିଛନ୍ତି ସରକାର। ଅର୍ଥାତ ପ୍ରାୟ ୯ ଲକ୍ଷ ଚାଷୀ ତାଲିକାରୁ ବାଦ୍ ପଡିଛନ୍ତି। ତଥ୍ୟ ଅନୁସାରେ ୨୦୨୨ରେ ଅଯୋଗ୍ୟ ବାଛି ପ୍ରାୟ ୧ ଲକ୍ଷ ୬ ହଜାର ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର। ଅର୍ଥାତ ଗତବର୍ଷ ଏତିକି ଚାଷୀଙ୍କୁ ହିତାଧିକାରୀ ତାଲିକାରୁ ବାଦ୍ କରାଗଲା। ଆଉ ଏବେ ସଂଖ୍ୟା ଆସି ୪୪ ଲକ୍ଷରେ ପହଞ୍ଚିଲାଣି।

Advertisment

ପ୍ରଶ୍ନ ଉଠୁଛି ଘୋଷଣା ମୁତାବକ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ବଦଳରେ କାହିଁକି କମୁଛି କାଳିଆ ତାଲିକା? ତାଲିକାରେ ହିତାଧିକାରୀଙ୍କୁ କାହିଁକି କାଣ୍ଟଛାଣ୍ଟ କରୁଛନ୍ତି ସରକାର? ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବଦ୍ ପଡିଥିବା ହିତାଧିକାରୀ।

ରାଜ୍ୟ ସରକାର ନିଜେ ତ ଦେଲେନି, ପୁଣି କେନ୍ଦ୍ରୀୟ ଯୋଜନାରୁ ବି ବଞ୍ଚିତ କଲେ। ରାଜ୍ୟରେ କାଳିଆ ଯୋଜନାରେ ୪୪ ଲକ୍ଷ ହିତାଧିକାରୀ ଥିବା ବେଳେ ମୋଦି ସରକାରଙ୍କ ପିଏମ୍ କିଷାନରେ ସହାୟତା ପାଉଛନ୍ତି ମାତ୍ର ୩୦ ଲକ୍ଷ ୬ ହଜାର ୭୯୨ ହିତାଧିକାରୀ। ଏଠି ପ୍ରଶ୍ନ ଉଠୁଛି କାହିଁକି କାଳିଆ ଯୋଜନାର ତାଲିକାକୁ କେନ୍ଦ୍ର ସରକାରଙ୍କୁ ଦେଉ ନାହାନ୍ତି ରାଜ୍ୟ ସରକାର ? ଏହା ସହ ପ୍ରଥମେ ୧୦ ହଜାର ସହାୟତା ରାଶି ଘୋଷଣା ହୋଇଥିବା ବେଳେ ପରେ ୨୦୧୯ରେ ମୋଦି ସରକାର ପିଏମ କିଷାନ ସମ୍ମାନ ନିଧି ଘୋଷଣା କରିବାରୁ କାଳିଆକୁ ତା ସହ ମିଶାଇ ଦେଲେ ରାଜ୍ୟ ସରକାର।

ପରେ କେନ୍ଦ୍ର ସହୟତା ୬ ହଜାରକୁ ମିଶାଇ ୧୦ ହଜାର ଦିଆଯିବ ବୋଲି ନିଷ୍ପତ୍ତି ନେଲେ। ଯଦି ଯୋଜନାକୁ ମିଶାଇ ଦେଲ ତାହେଲେ ହିତାଧିକାରୀ ତାଲିକାରେ ଏ ତାରତମ୍ୟ କାହିଁକି? ଏଥି ପାଇଁ ଦାୟୀ କିଏ? ଯାହାକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ।

୨୦୧୯ରେ କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ବାଣ୍ଟି ସରକାରକୁ ଆସିଥିଲା ବିଜେଡି। ଏବେ କିନ୍ତୁ ଏହି ଯୋଜନାକୁ ନେଇ ସରକାରଙ୍କ ବିରୋଧରେ ତେଜୁଛି ଚାଷୀ ଅସନ୍ତୋଷ।

KALIA Scheme
Advertisment
Advertisment