• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack

weather report
ଅସହ୍ୟ ଖରାରୁ ମିଳିବ ମୁକ୍ତି : ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା

ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

elephant death
ଦୁଃଖଦ : ପାଣି ପିଇବାକୁ ନପାଇ ଚାଲିଗଲା ହାତୀର ଜୀବନ

ଜଙ୍ଗଲ ଭିତରେ ପିଇବାକୁ ମିଳିଲାନି ପାଣି । ଖୋଜି ଖୋଜି ନୟାନ୍ତ ହୋଇଯିବା ପରେ ଶେଷରେ ହାତୀର ଜୀବନ ଚାଲିଗଲା ।

power cut
ବିଜୁଳିକାଟ୍‌ର ବିକଳ ଚିତ୍ର; ଗାଁଠୁ ସହର ସବୁଠି ଲୋକେ କଲବଲ

ତିନି ଦିନ ତଳେ ଖୋଦ୍ ଶକ୍ତିମନ୍ତ୍ରୀଙ୍କ ମୁହଁରୁ ରାଜ୍ୟବାସୀ ଶୁଣିଥିବା ଟାଣ ପ୍ରତିଶ୍ରୁତି, କେତେ ଫଳପ୍ରଦ ବର୍ତ୍ତମାନର ବାସ୍ତବ ଚିତ୍ର କହିଦେଉଛି । ଆସିକା ବ୍ଲକ ହରଡ଼ାପଦର ଗାଁରେ ଘଣ୍ଟାକୁ ଘଣ୍ଟା ଛାଡ଼ି ଏଠି ଚାଲିଛି ପାୱାରକଟର ଲୁଚକାଳି ଖେଳ ।

heat wave
ଓଃ କି ଗରମ...ତାତିରେ କଲବଲ ହେଉଛି ସାରା ରାଜ୍ୟ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।

HANUMAN UTSAV
ପ୍ରାର୍ଥନା ଚ୍ୟାନେଲର ତ୍ରୟୋଦଶତମ ସ୍ୱନକ୍ଷତ୍ର ଦିବସ; କଟକ ବାଲିଯାତ୍ରା ପଡ଼ିଆରେ ବିଶାଳ ହନୁମାନ ଉତ୍ସବ

ଅପରାହ୍ଣରେ ହନୁମାନ ଜୁନିଅର ଓ ସିନିୟର୍ ବର୍ଗକୁ ନେଇ ଦୁଇଟି ବିଭାଗରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି ।

SCB
ଏମ୍ସ ପ୍ଲସ୍‌ କରିବାକୁ କହୁଛନ୍ତି, ହେଲେ ଅନଲାଇନ୍‌ରେ ଟିକେଟ୍‌ ମିଳୁନି

ଗତବର୍ଷ ମେ’ ମାସ ୯ ତାରିଖରେ ଏସସିବି ମେଡିକାଲରେ ଆରମ୍ଭ ହୋଇଥିଲା ଅନଲାଇନ୍ ଆଉଟଡୋର ଟିକେଟ ପଞ୍ଜିକରଣର ବ୍ୟବସ୍ଥା । ପ୍ରତିଦିନ ୩ ହଜାରରୁ ଅଧିକ ରୋଗୀ ଆସୁଥିବାରୁ କେମିତି ସୁରକ୍ଷିତ ଭାବରେ ରୋଗୀ ସେବା ଚାଲିବ ତାହାକୁ ଦୃଷ୍ଟିରେ ରଖି ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କିଛିଦିନ ଚାଲିବା ପରେ ପୁଣି ବନ୍ଦ ହୋଇଗଲା ଅନଲାଇନ୍‌ ଟିକେଟ୍‌ ବ୍ୟବସ୍ଥା

Medical Authority Denies COVID Related Death In SCB Medical Cuttack
କୋଭିଡ୍‌ରେ ଆକ୍ରାନ୍ତ ହୋଇ SCB ଆସିଥିଲେ, ଦିନକ ପରେ ଆଖି ବୁଜିଲେ...

କଟକ ଏସ୍‌ସିବି ମେଡିକାଲ୍‌ରେ କୋଭିଡ୍ ଜନିତ ମୃତ୍ୟୁ ଅଭିଯୋଗକୁ ମେଡିକାଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ବହୁବିଧ ରୋଗରେ ଓ ବୟସାଧିକ କାରଣରୁ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। 

PM Modi
୭୧,୦୦୦ ଯୁବକଯୁବତୀଙ୍କୁ ମିଳିଲା ରୋଜଗାର : ନିଯୁକ୍ତପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ମୋଦି କହିଛନ୍ତି, ‘ଦେଶରେ ନୂତନ ସୁଯୋଗ ପାଇଁ ଦ୍ୱାର ଖୋଲା’

Athagarh
ଅଲୌକିକ ଘଟଣା : ୫୦ ବର୍ଷ ହେଲା ଚୁଲି ଜଳୁଛି, ପାଉଁଶ ବାହାରୁନି

ତିଗିରିଆ ବ୍ଲକ ଗଦାଧରପୁର ଗାଁରେ ୫୦ ବର୍ଷ ତଳେ ଲାଗିଥିଲା ଭୟାନକ ନିଆଁ । ନିଆଁ ଏତେ ଭୟଙ୍କର ଥିଲା ଯେ ପୋଡ଼ିଜଳି ଅନେକ ଘର ନଷ୍ଟ ହୋଇଥିଲା । ପରେ ଗାଁ ଲୋକେ ଚିନ୍ତା କଲେ ଶ୍ରୀରାମଙ୍କ ମନ୍ଦିରଟିଏ ତୋଳିବେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ଏକ ମନ୍ଦିର ନିର୍ମାଣ କଲେ । ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଯାହାକି ରଘୁନାଥଜୀଉ ମନ୍ଦିର ନାମରେ ବିଖ୍ୟାତ ।

Pravat Biswal
ସି-ସୋର୍‌ ଚିଟ୍‌ଫଣ୍ତ ମାମଲା: ବର୍ଷକରେ ପ୍ରଭାତ ବିଶ୍ୱାଳଙ୍କ ବିଚାର ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।

courier firm
ନେମାଳ ଅଞ୍ଚଳରେ ଚାଞ୍ଚଲ୍ୟ : କୋରିୟର କଂପାନିର ତ୍ରୁଟିରେ ଭୁଲ ଠିକଣାରେ ଆଉ ଜଣଙ୍କର ଶବ

ନିଜ ସଂପର୍କୀୟ ଭାବି ରାଜସ୍ଥାନର ଜଣଙ୍କ ଶବର ଅନ୍ତିମ ସତ୍କାର । ଓଡ଼ିଶା ଆସି ଚିତାଭସ୍ମ ନେଇ ଫେରିଗଲେ ରାଜସ୍ଥାନର ପରିବାର ।

Heatwave Conditions Likely To Continue In Next Five Days
ଆହୁରି ୫ ଦିନ ଅଗ୍ନିବର୍ଷା ! ୧୬ ତାରିଖ ଯାଏ ସତର୍କ ରୁହନ୍ତୁ...

ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ  ଜାରି ରହିଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ECMO Treatment In SCB
ECMO ସପୋର୍ଟରେ ବିରଳ ଅପରେସନ୍; ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି।

Blind faith or miracle!
ବିଞ୍ଚଣା ଦାନ କଲେ ଭଲହେବ ରୋଗ !

ମାଆଙ୍କ ଏହି ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟବସାୟୀମାନେ ବି ବେଶ୍‌ ରକମ ରକମ ପସରା ଖୋଲନ୍ତି । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଚଟ୍‌ପଟା ଖାଦ୍ୟର ବି ଦୋକାନ ଖୋଲେ । ମାଆଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ବେପାର ବି ଭଲ ହୁଏ ।

jojanara Na Hariloot
ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ ! ଆରଟିଆଇରୁ ଧରାପଡ଼ିଲା ସାଂଘାତିକ ସତ

ଆରଟିଆଇରୁ ସତ ଧରାପଡିବା ପରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା DPCଙ୍କୁ ଓସେପା ପକ୍ଷରୁ ଚିଠି ହୋଇଛି । ୪ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି।

NCERT Exam Pattern
ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।

7 years old boy dies after school gate collapse in Athagarh
ସ୍କୁଲ ଫାଟକ ପଡ଼ି ୭ ବର୍ଷ ଶିଶୁର ମୃତ୍ୟୁ

ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର।

Food Poisoning
ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି।

plantation drive
ପରିବେଶ ଚିନ୍ତା : ୨ ବର୍ଷରେ ଲଗାଇଲେଣି ୧୦ ହଜାର ଗଛ

କଟକ ସଦର ଅଞ୍ଚଳର Hindustan helping hands ସାମାଜିକ ସଂସ୍ଥାର ସଦସ୍ୟମାନେ ଏକାଠି ହୋଇ ଅନାବାଦୀ ଓ ଗୋଚର ସ୍ଥାନରେ ଲଗାଇଛନ୍ତି ଗଛ । ଆଉ ଗଛ ଗୁଡ଼ିକ ପରିବେଶ ଲାଗି ବେଶ ଉପଯୋଗୀ ମଧ୍ୟ । ତେଣୁ ଅକ୍ଲାନ୍ତ ପରିଶ୍ରମ କରି ଏମିତି ଗଛ ଲଗାଉଛନ୍ତି ଯୁବକ ।

Norwester rain in Odisha
ଆହୁରି ୨ ଦିନ କାଳବୈଶାଖୀ ! ଆଜି ବି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।

Metro Train
କେବେ ଗଡ଼ିବ ମେଟ୍ରୋ ? କେଉଁଠି ହେବ ରାସ୍ତା ? ଖର୍ଚ୍ଚ ହେବ କେତେ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ...

କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ।

Rainfall In Twin City
ଟ୍ୱିନ୍‌ସିଟି ରାସ୍ତାଘାଟରେ ଚାଲୁଛି ପାଣି, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନ୍‌ସିଟି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ।

bank
VIDEO : ବ୍ୟାଙ୍କ୍‌ ଡକାୟତି ପାଇଁ ଆସିଥିଲେ, ସାଇରନ୍‌ ବାଜିବାରୁ ଲୁଟେରା ଫେରାର୍‌

ସାଇରନ୍‌ ଶୁଣି ଛୁ ମାରିଲେ ଲୁଟେରା । ପୋଲିସ୍‌ ଭୟରେ ବ୍ୟାଙ୍କ ଲୁଟିବା ପୂର୍ବରୁ ଚମ୍ପଟ ମାରିଲେ ।

Locals enjoy Pala
ପାଲା ଚାଲିଛି...ଷ୍ଟେଜ୍‌ ସାରା ଝୁଲୁଛି କଦଳୀ କାନ୍ଧି

ପାଲା ମଣ୍ଡପରେ ଓହଳିଥିବା ଶହଶହ ପାଚିଲା କଦଳୀ କାନ୍ଧି ଭକ୍ତି ଓ ମାନସିକରେ ଭଗବାନ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ । କ଼ଟକ ବାରଙ୍ଗ ହରିଅନ୍ତା ପଂଚାୟତ ଖନ୍ଦୋଳ ଗାଁରେ ଏମିତି ନିଆରା ପାଲା ଅନୁଷ୍ଠାନ ରହିଛି । ଶହେ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ଆଜି ବି ବଂଚାଇ ରଖିଛନ୍ତି ଖନ୍ଦୋଳ ଗାଁ ଲୋକେ ।

IAS
ଆଖିକୁ ଦିଶୁନି...ସେ ହାର ମାନିନି...ଆଇଏଏସ୍‌ ହେବାର ଦେଖୁଛି ସ୍ୱପ୍ନ

ଷ୍ଟେଜ୍‌ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍‌ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା।