/odishatv-khabar/media/post_attachments/uploadimage/library/16_9/16_9_0/s_1695642695.jpg)
Mahanga Double Murder Case
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଛି। ପ୍ରତାପଙ୍କ ନାଁରେ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଆଦି ଦେଇଥିବା ଦଫାରେ ମାମଲା ଚାଲୁ ରହିବ ବୋଲି କୋର୍ଟ କହିଛନ୍ତି।
ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରତାପ ଜେନା ବିଧାୟକ ହୋଇଥିବାରୁ ମାମଲା ଭୁବନେଶ୍ୱର ସ୍ପେଶାଲ କୋର୍ଟ ସ୍ଥାନାନ୍ତର କରାଯାଇଛି।
ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀରେ ପ୍ରତାପ ଜେନାଙ୍କ ନାଁରେ ଚୁଡାନ୍ତ ରିପୋର୍ଟର ପ୍ରୋଟେଷ୍ଟ ପିଟିସନ୍ ଦାଖଲ ପାଇଁ ସାଲେପୁର JMFC କୋର୍ଟ ଅନୁମତି ଦେଇଥିଲେ।ଏତଲାରେ ପ୍ରତାପଙ୍କ ନାଁ ଅଭିଯୁକ୍ତ ତାଲିକାରେ ଥିବା ସତ୍ତ୍ୱେ ମାହାଙ୍ଗା ପୋଲିସ ମନ ଇଚ୍ଛା ତାଙ୍କ ନାଁ ବିନା କାଟି ଦେଇଥିଲା । କେସ୍ ରିପୋର୍ଟରେ ତାଙ୍କ ନାଁ ନଥିବା ଜଣାପଡ଼ିବା ପରେ ଏହାକୁ ବିରୋଧ କରାଯାଇଥିଲା।
ପ୍ରତାପ ଜେନାଙ୍କ ନାଁକୁ ରଖି ଆଉଥରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସାଲେପୁର JMFC କୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୋଲିସ ପୁଣିଥରେ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା । ସେଥିରେ ପୁଣିଥରେ ପ୍ରତାପ ଜେନାଙ୍କ ନାଁ ନ ଥିବାରୁ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଅସନ୍ତୁଷ୍ଟ ଥିଲେ ଏବଂ ପୁଣିଥରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିବାକୁ ଚାହୁଁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)