ରୋଗୀଙ୍କ ଜୀବନ ସହ ଖେଳ। କଟକର ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପ୍ର ରକ୍ତ ଦେବାରୁ ସଂପୃକ୍ତ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି।
ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ।
ବିଦ୍ୟୁତ ଚୁଲାରେ ମୋ ମରଶରୀର ଦାହ କରିବ । ଜେ. ସରୋଜିନୀଙ୍କୁ ୨୦x୨୦ ଫୁଟ ଜମି ପ୍ରଦାନ। 'ସମସ୍ତ ଚିଠି ଓ ଅସଂପୂର୍ଣ୍ଣ ପାଣ୍ଡୁଲିପି’ ପୋତି ଦେବ ।
ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ ।
ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କୁ ଚିକିତ୍ସା ଲାଗି ଶଯ୍ୟା ସଂଖା ବଢାଯାଇଛି । ୪ଟି ସହରାଞ୍ଚଳ ଗୋଷ୍ଠୀକେନ୍ଦ୍ରରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି ।
ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା ନାହିଁ
ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରୁଥିଲେ, ଆଜି ବନ୍ଧା ହେଲେ । ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ ।
ହୁ ହୁ ହୋଇ ମାଡ଼ିଲାଣି ଡେଙ୍ଗୁ । ଟ୍ୱିନ୍ ସିଟିରେ ସ୍ଥିତି ଅସମ୍ଭାଳ । କ୍ୟାପିଟାଲ୍ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ ।
ମୃତ ଛାତ୍ରୀଙ୍କ ଏକ ଭାଇରାଲ୍ ଚିଠି ଓ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ସହ ବିଜେଡିରୁ ନିଲମ୍ବିତ ନେତା ଶରତ ନାୟକଙ୍କ ଅଡିଓ ଭାଇରାଲ୍ ପରଠୁ ଉଠୁଥିବା ଏଭଳି ନାନା ପ୍ରଶ୍ନ ଭିତରେ ପ୍ରଥମେ ଶରତ ନାୟକଙ୍କୁ ପଚରାଉଚରା କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ ।
ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି।
ବାରିପଦା ମେଡିକାଲ କଲେଜ ବିଲଡିଂରେ କେମିତି ଲାଗିଲା ନିଆଁ ? ସର୍ଟସର୍କିଟ୍ ନା ମେଣ୍ଟେନାନ୍ସ ବିଭାଗର ବେପରୁଆ ପଣ ? ନା ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ? ଶୁକ୍ରବାର ଅପରାହ୍ନରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟାର କସରତ ପରେ ଲିଭାଯିବା ପରଠୁ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି ଏଭଳି କିଛି ପ୍ରଶ୍ନ ।
କନ୍ଦାଉଛି ପିଆଜ । ୨ ସପ୍ତାହରେ ବଢିଲାଣି ୧୦ ଟଙ୍କା । ସେପ୍ଟେମ୍ୱରରେ ୭୦ ଛୁଇଁବା ଆଶଙ୍କା । ରାଜଧାନୀରେ ପିଆଜ ଏବେ କିଲୋ ପିଛା ୩୫ରୁ ୪୦ ଟଙ୍କା ରହିଛି । କଟକରେ ବିକ୍ରି ହେଉଛି ୩୦ରୁ ୩୫ ଟଙ୍କାରେ ।
ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।
ମାହାଙ୍ଗାରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରାଯାଇଛି। ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ।
ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଭାଇରାଲ ଅଡିଓ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଏସ୍ପି । ଜଣେ ଅତିରିକ୍ତ ଏସ୍ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।
ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ରଫାଦଫା ପାଇଁ ବିଜେଡି ନେତା ଟଙ୍କା ମାଗିବାର ଅଡିଓ ଭାଇରାଲ, ଡିଜିପିଙ୍କୁ ଭେଟିଲା ବିଜେପି, ଟାର୍ଗେଟରେ ବିଧାୟକ ପ୍ରତାପ ଜେନା...
ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ...
ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି।
ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ
ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।
୧୯୩୪ ମସିହାର କଥା । ଏହି ଗାଁ ଦେଇ ଗାନ୍ଧିଜୀଙ୍କ ହରିଜନ ପଦଯାତ୍ରା ଆଗକୁ ବଢ଼ିଥିଲା । ଖାଲି ସତେିକି ନୁହେଁ । ଗାନ୍ଧିଜୀ ମଧୁବାବୁଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ବହୁଭାବେ ପ୍ରଭାବିତ ହୋଇଥିଲେ ।
ରାଜ୍ୟରେ କେବଳ ଭୁବନେଶ୍ୱରରୁ ବାହାରିଛନ୍ତି ୫୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ।