Advertisment

ଗଣେଶ ଭସାଣି ବେଳେ ମହାଭାରତ: କମେଣ୍ଟମରାକୁ ନେଇ ମାର୍‌ପିଟ୍‌, ବହିଲା ରକ୍ତ ନଦୀ...

କେଉଁଠି କମେଣ୍ଟମରାକୁ ନେଇ ହାତାହାତି ତ ଆଉ କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାର୍‌ପିଟ୍‌। କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିରେ ଗୋଷ୍ଠୀ ସଂଘର୍ଷ ଘଟି ୧୬ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
Huge clash erupts between two groups in Banki

Huge clash erupts between two groups in Banki

ଗୋଷ୍ଠୀ ସଂଘର୍ଷରୁ ମହାଭାରତ। କେଉଁଠି କମେଣ୍ଟମରାକୁ ନେଇ ହାତାହାତି ତ ଆଉ କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାର୍‌ପିଟ୍‌। କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିରେ ଗୋଷ୍ଠୀ ସଂଘର୍ଷ ଘଟି ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment

ସୂଚନା ଅନୁସାରେ, ବାଙ୍କି ଥାନା ଅନ୍ତର୍ଗତ କରବର ଗାଁରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହେବାରୁ ୮ ଜଣ ଆହତ ହୋଇଛନ୍ତି। ଗଣେଶ ପୂଜା ଭସାଣି ସମୟରେ କମେଣ୍ଟମରାକୁ ନେଇ ପ୍ରଥମେ ବଚସା ଓ ପରେ ମାର୍‌ପିଟ୍‌ ହୋଇଥିବା ସୂଚନା ମିଳିଛି। ଫଳରେ ଆକ୍ରମଣ ପ୍ରତି ଆକ୍ରମଣରେ ଉଭୟ ପକ୍ଷର ୮ ଜଣ ଆହତ ହୋଇ ଥିବାବେଳେ ସମସ୍ତ ଆହତଙ୍କୁ ବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଘଟଣାକୁ ନେଇ ବାଙ୍କି ମେଡ଼ିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ବାଙ୍କି ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

Advertisment

ସେହିପରି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଛି। ପ୍ରଥମେ ମୁହାଁମୁହିଁ ଓ ପରେ ଗୋଷ୍ଠୀ ସଂଘର୍ଷ ଘଟିଛି।

ଆହତଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। କାହିଁକି ଓ କେଉଁ କାରଣରୁ ଶତ୍ରୁତା ଉପୁଜିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା ଜାରି ରଖିବା ସହ ପରିସ୍ଥିତି ଉପରେ ନଜର ରଖିଛି।

Group Clash
Advertisment
Advertisment