• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଣେଶ ପୂଜାରେ ଅଘଟଣ । ଗଣେଶ ମୂର୍ତ୍ତି ନେଇ ଆସିଲା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଛାତ୍ରଙ୍କ ମୃତ୍ୟୁ । କଟକ ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ ଅଘଟଣ ଘଟିଛି । ଅଘଟଣର କିଛି ସମୟ ପୂର୍ବରୁ ଛାତ୍ରଛାତ୍ରୀମାନେ ସେହି ସମୟର ଭିଡିଓ ନିଜ ସୋସିଆଲ୍ ମିଡିଆରେ ଷ୍ଟାଟସ୍ ରଖିଥିଲେ ।

ଯେଉଁ ସମୟରେ ଗୋଟିଏ ଟ୍ରାକ୍ଟରରେ କିଛି ଛାତ୍ରଛାତ୍ରୀ ଗଣେଶଙ୍କ ଏକ ବଡ଼ ମୂର୍ତ୍ତି ନେଇ ଆସୁଥିଲେ । ବିଶ୍ୱବିଦ୍ୟାଳୟ ପରିସରରେ ୧୧ କେଭି ତାର ଲାଗିବାରୁ ଜଣେ ଛାତ୍ର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଏହାସହ ଜଣେ ଛାତ୍ର ଓ ଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି, ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

  • Reported by:
  • PRAVAT BISOI