Advertisment

ଏବେ ବି ବଞ୍ଚିଛି ଅନ୍ଧବିଶ୍ୱାସ ! ପୁଅ ଜୀବନ ଫେରିବାକୁ ଦୁଇ ଦିନ ଘରେ ଶବ ରଖିଲା ପରିବାର

ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Family performs witchcraft on son’s body at home despite declared dead by doctors in Rairakhol

ଅନ୍ଧବିଶ୍ବାସରୁ ମୃତଦେହକୁ ସତ୍କାର ନକରି ୨୪ ଘଣ୍ଟା ଧରି ଘରେ ରଖିଲେ ପରିବାର ଲୋକେ । ଗୁଣିଆର ଝଡ଼ାଫୁଙ୍କା ଓ ପୂଦଜାପାଠରେ ପୁଅ ପୁଣି ବଞ୍ଚିଯିବାର ବିଶ୍ୱସରେ ଶ୍ମସାନ ନନେଇ ଘରେ ରଖିଲେ । ହେଲେ ଶେଷରେ ସବୁ ଉଦ୍ୟମ ନିଷ୍ଫଳ ହେବା ଏବଂ ଗୁଣିଆ ଉପରେ ଭରସା ତୁଟିବାରୁ ମୃତଦେହ ସତ୍କାର ହୋଇଛି । ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

Advertisment

ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ । ଆଜିକା ଦିନରେ ନିହାତି ଅବିଶ୍ୱାସନୀୟ ମନହେଉଥିଲେ ବି ବାସ୍ତବରେ ଦେଖିବାକୁ ମିଳିଛି ଏ ଅଭାବନୀୟ ଦୃଶ୍ୟ । ସମ୍ବଲପୁର ରେଢାଖୋଲ ଥାନା ନୂଆସାହି ଅଞ୍ଚଳର ବାହାଦୁର କଅରଙ୍କ ୨୨ ବର୍ଷୀୟ ପୁଅ ବୀରେନ ଗଲା କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ପରିବାର ଲୋକେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ବୁର୍ଲା ନେଇଥିଲେ ।

ସେଠାରେ ଚିକିତ୍ସା ହୋଇ ଫେରିବା ପରେ ଗତକାଲି ପୁଣି ଗୁରୁତର ହୋଇପଡ଼ିଥିଲେ ବୀରେନ। ପରେ ଘର ଲୋକେ ତାଙ୍କୁ ତୁରନ୍ତ ରେଢାଖୋଲ ଡାକ୍ତରଖାନା ଆଣିଥିଲେ । ସେଠାରେ ପ୍ରାୟ ୨ ଘଣ୍ଟାର ଚିକିତ୍ସା ଭିତରେ ଆଖି ବୁଜି ଦେଇଥିଲେ ବୀରେନ୍ । ବୀରେନଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ହେଲେ ଡାକ୍ତରଙ୍କ କଥାରେ ସହମତ ହୋଇପାରିନଥିଲେ ପରିବାର ଓ ସମ୍ପର୍କୀୟ । ମୃତଦେହକୁ ଘରକୁ ନେଇ ତାକୁ ପୁନର୍ଜିବିତ କରିବାକୁ ଆରମ୍ଭ କରିଥିଲେ ପ୍ରୟାସ । ଏଥିପାଇଁ ଏକାଧିକ ଗୁଣିଆଙ୍କ ସାହାଯ୍ୟ, ପରାମର୍ଶ ଲୋଡ଼ାଯାଇଥିଲା ।

Advertisment

ମୃତକଙ୍କୁ ଝଡ଼ାଫୁଙ୍କା ଓ ପୂଜାପାଠ ଦ୍ୱାରା ବଞ୍ଚାଇବାର ଉଦ୍ୟମ ଭିତରେ ବୀରେନଙ୍କ ପରିବାର ଆଜି ଲୋକେ ପୁଅର ମୃତ୍ୟୁ ପାଇଁ ଗୁଣିଗାରେଡ଼ିକୁ ଦାୟୀ କରି ରେଢାଖୋଲ ଥାନାରେ ଏକ ଏତଲା ଦେଇଥିଲେ । ପଡ଼ୋଶୀ ସହ ଗଣ୍ଡଗୋଳ ଓ ଆକ୍ରୋଶରୁ ସେମାନେ ଗୁଣି କରି ପୁଅକୁ ହତ୍ୟା କରିଥିବା ଅଭିଯୋଗ ପରେ ଆଜି ସକାଳେ ଗାଁରେ ପହଞ୍ଚିଥିଲା ପୋଲିସ । ଏପଟେ ମୃତଦେହ କାଲିଠୁ ସତ୍କାର ନହୋଇ ଘରେ ପଡ଼ିରହିଥିବା ଜାଣିବାକୁ ପାଇବାରୁ ପରିବାର ଲୋକଙ୍କୁ ଶବ ଶତ୍କାର ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲା ପୋଲିସ । ହେଲେ ପରିବାର ଲୋକେ ନାରାଜ ସହ ନଛୋଡ଼ବନ୍ଦା ଥିଲେ ସମ୍ପର୍କୀୟ ।

ତେବେ ମୃତଦେହକୁ ପୁଣି ବଞ୍ଚାଇଦେବାର ସବୁ ନିରର୍ଥକ ଉଦ୍ୟମ ନିଷ୍ଫଳ ହେବା ପରେ ଶେଷରେ ପ୍ରାୟ ୨୪ ଘଣ୍ଟା ଶବ ଶତ୍କାର କରିଛନ୍ତି ପରିବାର ଲୋକେ ।

Rairakhol
Advertisment
Advertisment