Advertisment

ଉଦ୍‌ଘାଟନର ୭ ଦିନ ପରେ ଖାଁ ଖାଁ ଛତ୍ରବଜାର ଅର୍ବାନ ହାଟ

କଟକ ନେତାଜୀ ବସ୍‌ ଟର୍ମିନାଲ ପରେ ଏବେ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖା ଦେଇଛି। ବ୍ୟବସାୟୀଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ପିଣ୍ଡି ଆବଣ୍ଟନ କରିବାରେ ସମସ୍ୟା ଉପୁଜିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dispute increases over allotment of Pindi in Cuttack Chhatra Bazaar

Dispute increases over allotment of Pindi in Cuttack Chhatra Bazaar

କଟକ ନେତାଜୀ ବସ୍‌ ଟର୍ମିନାଲ ପରେ ଏବେ ଛତ୍ରବଜାର ଅର୍ବାନ ହାଟକୁ ନେଇ ବିବାଦ ଦେଖା ଦେଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବ ନିର୍ମିତ ପରିବା ହାଟକୁ ଉଦ୍‌ଘାଟନ କରିଥିଲେ ମଧ୍ୟ ତାହା ଖୋଲି ପାରୁନାହିଁ। ବ୍ୟବସାୟୀଙ୍କ ସଂଖ୍ୟା ଢେର ଅଧିକ ହୋଇଥିବାରୁ ପିଣ୍ଡି ଆବଣ୍ଟନ କରିବାରେ ସମସ୍ୟା ଉପୁଜିଛି। ଫଳରେ କେବେ ନୂଆ ସ୍ମାର୍ଟ ହାଟକୁ ବ୍ୟବସାୟୀ ଯିବେ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। 

Advertisment

ଚଳିତ ମାସ ୧୬ ତାରିଖରେ ଛତ୍ରବଜାର ଅର୍ବାନ ହାଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଆଉ ୭ ଦିନ ପରେ ଖାଁ ଖାଁ ଏହି ନବ ନିର୍ମିତ ସ୍ମାର୍ଟ ପରିବା ମାର୍କେଟ୍‌। କାହିଁକି ନା ପିଣ୍ଡି ଆବଣ୍ଟନକୁ ନେଇ ବିବାଦ ଆରମ୍ଭ ହୋଇଛି। ବର୍ତ୍ତମାନ କଟକ ମହାନଗର ନିଗମ ପକ୍ଷରୁ ୫୪୦ଟି ପିଣ୍ଡି ନିର୍ମାଣ କରାଯାଇଛି। ହେଲେ ବ୍ୟବସାୟୀଙ୍କ ସଂଖ୍ୟା ପାଖାପାଖି ୮୦୦ ହେବ।ତେଣୁ ପିଣ୍ଡି କାହାକୁ ଆବଣ୍ଟନ ହେବ ଏବଂ କାହାକୁ ହେବନି ତାହା ଚିହ୍ନଟ କରିପାରୁନି ସିଏମ୍‌ସି।

ଛତ୍ରବଜାର ବ୍ୟବସାୟୀ ସଂଘର କହିବା କଥା, ବର୍ତ୍ତମାନ ଯେତିକି ପିଣ୍ଡି କରାଯାଇଛି ତାହା ଯଥେଷ୍ଟ ନୁହେଁ।  ଆବଣ୍ଟନ ପକ୍ରିୟା ହୋଇପାରୁନଥିବାରୁ ଅର୍ବାନ ହାଟ ଆରମ୍ଭ ହୋଇପାରୁନାହିଁ। 

Advertisment

କେବଳ ପିଣ୍ଡି ଆବଣ୍ଟନ ନୁହେଁ, ପ୍ରତି ପିଣ୍ଡି ପିଛା ବ୍ୟବସାୟୀ ଦୈନିକ ୨୫ ଟଙ୍କା ଦେବା ପାଇଁ ସିଏମ୍‌ସି ପକ୍ଷରୁ ଧାର୍ଯ୍ୟ ହୋଇଛି। ଯାହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ। ସେପଟେ ମେୟର କହିଛନ୍ତି ଯେ- ଏ ବାବଦରେ ସିଏମ୍‌ସି କର୍ତ୍ତୃପକ୍ଷ ବ୍ୟବସାୟୀ ସଂଘ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ। 

Advertisment
Advertisment