• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟ କଟକ SDJM କୋର୍ଟରେ ହାଜର ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି । ଅନୁଭବଙ୍କ ବିରୋଧରେ ହୋଇଥିବା ଘରୋଇ ହିଂସା ଅଭିଯୋଗ ମାମଲାରେ କାଉନସେଲିଂ ଚାଲିଛି । ପୂର୍ବରୁ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ମାମଲା ଓ ବର୍ଷାଙ୍କ ଏକାଠି ରହିବା ଆବେଦନ ଖାରଜ ହୋଇଯାଇଛି । କଟକ ପରିବାର ଅଦାଲତ ଏହାକୁ ଖାରଜ କରିଥିଲେ ।

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ କଟକ ପରିବାର ଅଦାଲତରୁ ଝଟକା ପରେ, ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ । ଠାର ଠାରରେ ବର୍ଷାଙ୍କ ଚାପରେ ତାଙ୍କୁ ନ୍ୟାୟ ମିଳିଲାନି ବୋଲି ଅନୁଭବ ଲେଖିଥିବା ବେଳେ, ବର୍ଷା ଲେଖିଛନ୍ତି ଯେ, ଅନୁଭବଙ୍କ ଛାଡ଼ପତ୍ର ଆବେଦନର ହୀନ ଉଦ୍ଦେଶ୍ୟ ଧରାପଡ଼ିଛି । ସେପଟେ ଏହି ସେଲିବ୍ରିଟି କଳି ଆଗକୁ କେଉଁ ମୋଡ଼ ନେଉଛି, ତାକୁ ନେଇ ଦେଖାଦେଇଛି ଉତ୍ସୁକତା ।

୨୦୧୪ରେ ସାରା ରାଜ୍ୟରେ ଚହଳ ପକାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଓଲିଉଡ୍ ଯୋଡ଼ି । ତେବେ ଏହି ଚହଳ ସମୟକ୍ରମେ ବିବାଦରେ ବଦଳିଥିଲା ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହେବା ପରେ । ୨୦୨୦ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ପରେ ବର୍ଷାଙ୍କ ଆବେଦନ ଓ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ଏହା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ତେବେ ସେଠାରୁ ଗତକାଲି ଉଭୟଙ୍କୁ ଝଟକା ଲାଗିଛି । ବିଜେଡି ସାଂସଦ ଅନୁଭବ ମହାନ୍ତି କରିଥିବା ବିବାହ ବିଚ୍ଛେଦ ଆବେଦନ ଏବଂ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନ, ଉଭୟକୁ କୋର୍ଟ ଖାରଜ କରିଛନ୍ତି । ତେବେ ଏହି ରାୟ ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ।

  • Reported by:
  • GAUTAM PANDA