/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695653772.jpg)
BJD MP Anubhav Mohanty
ବିବାହ ବିଚ୍ଛେଦ ଆବେଦନ ଅଗ୍ରାହ୍ୟ ପରେ ମନକଥା କହିଲେ ଅନୁଭବ । ପରିବାର ଅଦାଲତ ରାୟ ବିରୋଧରେ ଉପରକୋର୍ଟ ଯିବେ କହିଲେ । ତଳକୋର୍ଟରେ ସମସ୍ତ ୪ଟି ଦିଗ ନେଇ ଯୁକ୍ତି ଦର୍ଶାଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ କୋର୍ଟ ଆବେଦନ ଗ୍ରହଣ କଲେନି ବୋଲି ସେ କହିଛନ୍ତି ।
Advertisment
ଏହାସହ ସେ କହିଛନ୍ତି, କୋର୍ଟଙ୍କ ରାୟ ଦୁର୍ଭାଗ୍ୟଜନକ, ଏଭଳି ରାୟ ଆସିବ ଆଶା କରିନଥିଲୁ । ହାଇକୋର୍ଟ ପରେ ଆବଶ୍ୟକ ହେଲେ ସୁପ୍ରିମକୋର୍ଟ ଯିବୁ, ଆଶା ନ୍ୟାୟ ମିଳିବ । ବିବାହ ବିଚ୍ଛେଦ ହୋଇଗଲେ ପୁଣି ବିବାହ କରିବେ ପ୍ରଶ୍ନରେ ଅନୁଭବ କହିଲେ, ଗୋଟିଏ ବିବାହ କରି ନାମ ନେଉଛି । କୋର୍ଟ ଦଉଡ଼ି ଦଉଡ଼ି ନୟାନ୍ତ ହେଲିଣି । ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ ।’ ଅନ୍ୟପଟେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି ମଦ୍ୟ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)