/odishatv-khabar/media/post_attachments/uploadimage/library/16_9/16_9_0/Firemishap_1695971801.jpg)
Firemishap
୪ ଘଣ୍ଟା ଜଳିବା ପରେ କଟକ ଚୌଧୁରୀ ବଜାର ନିଆଁ ଆୟତ୍ତ ହୋଇଛି । ୯ଟି ଅଗ୍ନିଶମ ବାହିନୀ ଗାଡ଼ି ଲଗାତାର ୪ ଘଣ୍ଟା ଧରି ନିଆଁ ଲିଭାଇବାରେ ଲାଗିଥିଲେ । ୫ ମହଲା ବିଶିଷ୍ଟ କୋଠାର ତଳ ଦୁଇ ମହଲାରେ ନିଆଁ ଲାଗିଥିଲାା ଫଳରେ ଶାଢ଼ୀ ଦୋକାନ, କପଡ଼ା ଥିବା ଫ୍ଲୋର ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇ ଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଯାଇଛିା ସେପଟେ ଏହି ଘଟଣାରେ ତଦନ୍ତ କରିବ ଅଗ୍ନିଶମ ବାହିନୀ । କିପରି ଭାବେ ନିଆଁ ଲାଗିଲା, ସେ ନେଇ ରିପୋର୍ଟ ଦେବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
କଟକ ଚୌଧୁରୀ ବଜାର ସ୍ଥିତ ସାଲାସାର୍ ବିଲଡିଂରେ ନିଆଁ ଲାଗିଛି। ଏହା ଏକ ବହୁ ପୁରୁଣା ବିଲଡିଂ ବୋଲି କୁହାଯାଉଛି। ଯେଉଁଥିରେ ରହିଛି ଶାଢ଼ୀ ଏବଂ ମହିଳା ଡ୍ରେସ୍ ଦୋକାନ୍। ଏସବୁ ଦୋକାନ ଗୁଡ଼ିକରେ ପୂଜା ପାଇଁ ନୂଆ ମାଲ୍ ସବୁ ଆଣି ରଖାଯାଇଥିଲା । ୪ ମହଲା ବିଶିଷ୍ଟି ଏହି ବିଲଡିଂ ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପ୍ରାଥମିକ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟାରେ ପ୍ରଥମେ ନିଆଁ ଲାଗିଥିଲା ଗ୍ରାଉଣ୍ଡ ଫ୍ଲୋରରେ । ଯେଉଁଠି ଏକ ଶାଢ଼ୀ ଦୋକାନ ଅଛି। ସେହି ଫ୍ଲୋରରୁ ନିଆଁ ବ୍ୟାପିଥିଲା ପ୍ରଥମ ମହଲାକୁ ଓ ପରେ ଦ୍ୱିତୀୟ ମହଲାକୁ ବ୍ୟାପିଥିଲା ।
ପ୍ରଥମ ମହଲାରେ ଶାଢ଼ୀ ଦୋକାନ ରହିଥିବାବେଳେ ଦ୍ବିତୀୟ ମହଲାରେ ରହିଛି ଲେଡିସ୍ ଡ୍ରେସ୍ ଦୋକାନ୍ । ମିଳିଥିବା ସୂଚନା ଅନୁଯାୟୀ, ଏହି ବିଲଡିଂ ପାଖକୁ ଲାଗି ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ସହ ଅନ୍ୟାନ୍ୟ ସୋରୁମ୍ ବି ଥିଲା । ତେବେ ସକାଳୁ ସକାଳୁ ନିଆଁ ଲାଗିଥିବାରୁ ବଡ଼ ଅଘଟଣକୁ ଏଡାଇ ଦିଆଯାଇପାରିଥିବା କୁହାଯାଉଛି ।
ସକାଳୁ ସକାଳୁ କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ.. ଗୋଟିଏ ଲୁଗା ଦୋକାନରେ ଲାଗିଛି ନିଆଁ.. ପୂରା ବିଲଡିଂ ହୁତୁ ହୁତୁ ହୋଇ ଜଳୁଛି.. ଶୁଣନ୍ତୁ ସ୍ଥାନୀୟ ଲୋକ କଣ କହୁଛନ୍ତି #Cuttack#Fire#OTVpic.twitter.com/SATcsjsmu7
— ଓଟିଭି (@otvkhabar) September 29, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)