/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738312986.jpg)
Food And Recipe
ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ୨ ଗୁଣ ବଢିଯାଏ । ପ୍ରାୟତଃ କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ ତିଆରି କରିବୁ ‘କଙ୍କଡ଼ା ଗୋଡ଼ ମସଲା’ । ଚାଲନ୍ତୁ ଜାଣିବା ଏହି ରେସିପି ବନେଇବା ପାଇଁ କଣ କଣ ସାମଗ୍ରୀ ଦରକାର
ଆବଶ୍ୟକ ସାମଗ୍ରୀ:
କଙ୍କଡ଼ା, ନଡ଼ିଆ କୋରା, ପିଆଜ, ଅଦା, ରସୁଣ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ର, ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ, ତେଲ, ଧନିଆଁପତ୍ର, କଞ୍ଚାଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କଙ୍କଡ଼ାକୁ ସଫା କରି ତାର ଛୋଟ ଗୋଡ଼କୁ କାଟି ଛାଣି ରଖନ୍ତୁ।
କଙ୍କଡ଼ାରେ ଲୁଣ, ହଳଦୀ ଗୁଣ୍ଡ ଓ ଲେମ୍ବୁ ରସ ପକାଇ ମ୍ୟାରିନେଟ୍ କରି ରଖନ୍ତୁ।
ନଡ଼ିଆ କୋରା, ପିଆଜ, ପୋସ୍ତ, ଜୀରା, ଲବଙ୍ଗ, ଡାଲଗିନି, ଗୁଜୁରାତି, ଗୋଲମରିଚ, ଧନିଆ ଓ ତେଜପତ୍ରକୁ ଭାଜି ବାଟି ରଖନ୍ତୁ।
କରେଇରେ ତେଲ ଗରମ କରି ଗୋଟା ମସଲା ଓ ପିଆଜ କଟା ପକାଇ ଭାଜନ୍ତୁ।
ପିଆଜ ଭାଜି ହୋଇଗଲା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆପତ୍ର, ଟମାଟୋ, କଞ୍ଚାଲଙ୍କା, ଅଦାରସୁଣ ବଟା ପକାଇ ଭଲ ଭାବେ କଷନ୍ତୁ।
ମସଲା ଅଳ୍ପ କଷି ହେବା ପରେ ପ୍ରସ୍ତୁତ ଥିବା ଗୋଟା ମସଲାବଟା ଓ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ।
ଏହାପରେ ମ୍ୟାରିନେଟ୍ କଙ୍କଡ଼ାକୁ ପକାଇ ଗୋଳାଇ ଘୋଷଣୀ ଘୋଡ଼ାଇ ଦିଅନ୍ତୁ।
କିଛି ସମୟ ପରେ ଘୋଡ଼ଣୀ ବାହାର କରି ପ୍ରସ୍ତୁତ କଙ୍କଡ଼ା ଗୋଡ଼କୁ ପକାଇ ଗୋଳାନ୍ତୁ ଓ ଅଳ୍ପ ପାଣି ଦେଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ।
୨ରୁ ୫ ମିନିଟ୍ ପରେ ଘୋଡ଼ଣୀ ବାହାର କରି ଧନିଆଁପତ୍ର ଓ କଞ୍ଚାଲଙ୍କା ପକାଇ ଚୁଲିରୁ ଓହ୍ଲାନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘କଙ୍କଡ଼ା ଗୋଡ଼ ମସଲା’ । ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Barabati Chaos: ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼, ଅସମ୍ଭାଳ ସ୍ଥିତି ...ଲୋକଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍

Today Panchang 5th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 5th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

5 Layer Security: ୫ ସ୍ତରୀୟ ସୁରକ୍ଷା ବଳୟରେ ଦିଲ୍ଲୀରେ ବୁଲିବେ ପୁଟିନ୍ , ଭାରତରେ କଡ଼ା ସୁରକ୍ଷା ବ୍ୟବସ୍ଥା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)