ମଲା ପୁଅ ବଞ୍ଚିବ, ପୁଣି ସଚଳ ହେବ ନିଶ୍ଚଳ ଶରୀର । ଗୁଣିଆର ପୂଜାପାଠ ଓ ତନ୍ତ୍ରମନ୍ତ୍ର ଭିତରେ ସବୁ ଠିକ୍ ଠାକ୍ ହୋଇଯିବ । ଏଇ ଭରସା ଓ ବିଶ୍ୱାସରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ ।
ରେଳ ଧାରଣାରେ ଯୁବତୀଙ୍କର ଯାଇଛି ଜୀବନ । ପାଖରେ ପଡିଛି ବ୍ୟାଗ ଆଉ ଖଣ୍ଡେ ହାତଲେଖା ନୋଟ । ପରିବାର ଲୋକେ କହୁଛନ୍ତି ଆମ ଝିଅର ଏ ମୃତୁ ପାଇଁ ଜଣେ ବିବାହିତ ପୁରୁଷ ଦାୟୀ ।